ଲକ୍ଷ୍ନୌ: ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି ସହ ମହାମେଣ୍ଟ ସତ୍ତ୍ବେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ବଡ଼ ବିପର୍ଯ୍ୟୟ ଦଳକୁ ଦୋହଲାଇ ଦେଇଛି। ବିଏସ୍ପି ସୁପ୍ରିମୋ ମାୟାବତୀ ମହାମେଣ୍ଟକୁ ନେଇ ଉପନିର୍ବାଚନ ଲଢ଼ିବେ ନାହିଁ ଏବଂ ବିଏସ୍ପି ଏକାକୀ ଲଢ଼ିବ ବୋଲି ଘୋଷଣା କରିବା ପରେ ସମାଜବାଦୀ ପାର୍ଟି ମଧ୍ୟ ସମାନ ରାସ୍ତା ଆପଣାଇଛି। ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟିକୁ ଏକଜୁଟ୍ କରିବା ପାଇଁ ଦଳର ପ୍ରତିଷ୍ଠା ମୁଲାୟମ ସିଂହ ଯାଦବ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଆଜି ମୁଲାୟମ ପରିବାର ସଦସ୍ୟଙ୍କ ଏକ ବୈଠକ ଡକାଇ ଦଳର ଭବିଷ୍ୟତ ରଣନୀତି ବାବଦରେ ଆଲୋଚନା କରିଛନ୍ତି। ପାରିବାରିକ କ୍ଷମତା କନ୍ଦଳ ଯୋଗୁଁ ଦଳରୁ ବିଦା ହୋଇଥିବା ତାଙ୍କ ଭାଇ ଶିବପାଲ ଯାଦବ ପୁଣି ଦଳକୁ ଫେରିବା ନେଇ ଆଲୋଚନା ହୋଇଛି ଏବଂ ଖୁବ୍ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ବିଗତ ୫ ବର୍ଷ ମଧ୍ୟରେ ଦଳରୁ ଅଲଗା ହୋଇଯାଇଥିବା ଅନ୍ୟ ପୁରୁଖା ନେତାମାନଙ୍କୁ ମଧ୍ୟ ଦଳରେ ସାମିଲ କରିବା ପାଇଁ ପ୍ରୟାସ ହେବ ବୋଲି କୁହାଯାଇଛି।
ମୁଲାୟମଙ୍କ ପାରିବାରିକ ବୈଠକ:ଶିବପାଲ ସପାକୁ ଫେରିବେ
/sambad/media/post_attachments/wp-content/uploads/2019/06/images-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)