ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ମାର୍ଗଦର୍ଶକ ତଥା ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ସାଂସଦ ମୁଲାୟମ ସିଂହ ଯାଦବଙ୍କ ଦେହ ପୁଣି ଥରେ ଅସୁସ୍ଥ ହୋଇଥିବା ଜଣାଯାଇଛି। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଲାୟମ ସିଂହ ଯାଦବ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟା ୧୫ ସମୟରେ ହଠାତ୍‌ ମସ୍ତିଷ୍କରେ ଯନ୍ତ୍ରଣା ଅନୁଭବ କରିଥିଲେ ମୁଲାୟମ ସିଂହ ଯାଦବ। ତେବେ ଆଜି ସକାଳେ ତାଙ୍କର ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି ଯେ ପୂର୍ବାପେକ୍ଷା ମୁଲାୟମ ସିଂହ ଯାଦବଙ୍କର ସ୍ୱାସ୍ଥ୍ୟ ଭଲ ଅଛି।

photo-patrika.com

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମୁଲାୟମଙ୍କର ଦେହ ଖରାପ ହେବା ଫଳରେ ତାଙ୍କୁ ଗାଜିଆବାଦର କୌଶମ୍ବୀ ଅଞ୍ଚଳରେ ଥିବା ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂହ ଯାଦବ ନିଜ ପୁଅ ଅଖିଳେଶ ଏବଂ ସାନଭାଇ ଶିବପାଲ ଯାଦବଙ୍କ ମଧ୍ୟରେ ବୁଝାମଣା କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର