ନୂଆଦିଲ୍ଲୀ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏପର୍ଯ୍ୟନ୍ତ ଗୁରୁତର ଅଛନ୍ତି ଏବଂ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି। ବିଶେଷଜ୍ଞ ଡାକ୍ତରମାନଙ୍କର ଏକ ଦଳ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଛି ବୋଲି ମେଦାନ୍ତ ଡାକ୍ତରଖାନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ତାଙ୍କର ନିୟମିତ ଡାକ୍ତରୀ ଯାଞ୍ଚ ଏବଂ ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ଏଠାରେ ଚିକିତ୍ସିତ ଅଛନ୍ତି। ଚିକିତ୍ସାଧୀନ ଥିବା ଅବସ୍ଥାରେ ରବିବାର ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ଯାଇଥିଲା। ପରେ ତାଙ୍କୁ ମେଦାନ୍ତ ଡାକ୍ତରଖାନାର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।
ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମଙ୍କ ବୟସ ୮୨ ବର୍ଷ। ରିପୋର୍ଟ ଅନୁଯାୟୀ, ତାଙ୍କ ପୁଅ ଅଖିଳେଶ ଯାଦବ, ବୋହୂ ଡିମ୍ପଲ ଯାଦବ ଏବଂ ଭାଇ ଶିବପାଲ ଯାଦବ ରବିବାର ଦିନ ଡାକ୍ତରଖାନା ପରିଦର୍ଶନ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/mulayam-1.jpg)