ମଲାଲାଙ୍କୁ ଗୁଳି ମାରିଥିବା ‘ମୁଲ୍ଲା ରେଡିଓ’ ଆମେରିକା ଡ୍ରୋନ୍‌ ଆକ୍ରମଣରେ ନିହତ

ନୂଆଦିଲ୍ଲୀ: ମଲାଲା ୟୁସଫ୍‌ଜାଇଙ୍କୁ ଗୁଳି ମାରିଥିଲେ ବୋଲି କୁହାଯାଉଥିବା ପାକିସ୍ତାନ ତାଲିବାନ ନେତା ଫାଜୁଲ୍ଲା ଆମେରିକୀୟ ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଛନ୍ତି ଜଣେ ଆମେରିକୀୟ ଅଧିକାରୀ ଘୋଷଣା କରିଛନ୍ତି।

ତେରିକ୍‌-ଏ-ତାଲିବାନ୍‌ ପାକିସ୍ତାନର ମୁଖ୍ୟ ଫାଜୁଲ୍ଲା ଓରଫ୍‌ ‘ମୁଲ୍ଲା ରେଡିଓ’ଙ୍କ ଉପରେ ବିଳମ୍ବିତ ବୁଧବାରେ ଆକ୍ରମଣ କରାଯାଇଥିଲା ବୋଲି ନାମ ଗୋପନ ରଖିଥିବା ସେ ଅଧିକାରୀଜଣକ କହିଛନ୍ତି।

ଜୁନ୍‌ ୧୩ ତାରିଖ ଦିନ ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାନ୍ତ ଅଞ୍ଚଳ କୁନାର ପ୍ରଦେଶରେ ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନେ ଚଳାଇଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ କୁଖାତ୍ୟ ଆତଙ୍କବାଦୀ ସଙ୍ଗଠନର ଜଣେ ବରିଷ୍ଠ ନେତାଙ୍କ ଉପରେ ଆକ୍ରମଣ କରାଯାଇଥିବା କଥା ରେଡିଓ ଚାନେଲ୍‌ ଭଏସ୍‌ ଅଫ୍‌ ଆମେରିକାକୁ ଆର୍ମି ଲେଫ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ମାର୍ଟିନ୍‌ ଓ’ ଡନେଲ୍‌ କହିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଫାଜୁଲ୍ଲାଙ୍କୁ ଆକ୍ରମଣ କରାଯାଇଥିବା କଥା ସେ ସ୍ପଷ୍ଟ କରି ନ ଥିଲେ।

ଫାଜୁଲ୍ଲାଙ୍କ ଆତଙ୍କବାଦୀ ସଙ୍ଗଠନ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ ଏକ ଦଶନ୍ଧି ଧରି ଅନେକ ଉତ୍ପାତ କରିଛି।

ଫାଜୁଲ୍ଲାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ମାର୍ଚ ମାସରେ ଆମେରିକା ୫ ନିୟୁତ ଡଲାର୍‌ ପୁରସ୍କାର ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର