ପାକିସ୍ତାନର ମଦ୍ରାସାରେ ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ମୁଲ୍ଲା; ପଛରେ ରହିଛି ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ

ଖିରୋରି ପକ୍କା: ପାକିସ୍ତାନର ମଦ୍ରାସାଗୁଡ଼ିକରେ ସଂପ୍ରତି ଯୌନଶୋଷଣ ଘଟଣା ମତ୍ରାଧିକ ମାତ୍ରାରେ ବୃଦ୍ଧି ପାଇଛି। ମଦ୍ରାସାରେ ପଢ଼ୁଥିବା ନାବାଳକ ଛାତ୍ରମାନେ ଖୋଦ୍‌ ମୁଲ୍ଲାମାନଙ୍କ ଦ୍ୱାରା ଅତ୍ୟନ୍ତ ଅମାନୁଷିକ ଭାବେ ଯୌନଶୋଷଣର ଶିକାର ହେଉଥିବା ବେଳେ, ଏ ବାବଦରେ ପାଟି ଖୋଲିବାକୁ କେହିହେଲେ ସାହସ ଜୁଟାଇ ପାରୁନାହାନ୍ତି। ତେବେ, ନିକଟରେ ଘଟିଥିବା ଏହିପରି ଏକ ଜଘନ୍ୟ ଘଟଣା ଏବେ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ବିଶ୍ୱବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ପାକିସ୍ତାନର ଭେହାରୀ ଗ୍ରାମରେ ବାସ କରୁଥିବା କୌସର୍‌ ପରଭିନ୍‌ ନାମ୍ନୀ ଜନୈକା ମହିଳାଙ୍କର ୯ ବର୍ଷ ବୟସ୍କ ଏକ ନାବାଳକ ସ୍ଥାନୀୟ ଏକ ମଦ୍ରାସାରେ ଗତ ପ୍ରାୟ ଏକବର୍ଷ ଧରି ରହିବା ସହ ସେଠାରେ ପାଠ ପଢ଼ୁଥିଲା। ତେବେ, ସଂପୃକ୍ତ ନାବାଳକ ଜଣକ ଗତ ଅପ୍ରେଲରେ ସଂପୃକ୍ତ ମଦ୍ରାସାର ମୁଲ୍ଲାଙ୍କ ଦ୍ୱାରା ଯେପରି ଅମାନୁଷିକ ଭାବେ ଯୌନଶୋଷଣର ଶିକାର ହୋଇଛି ତାହା ଅତ୍ୟନ୍ତ ଜଘନ୍ୟ ଓ ଲଜ୍ଜାଜନକ।

CTV News

ଏହି ଘଟଣା ପରେ ଏବେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନିଜ ମା’ଙ୍କ ପାଖରେ ରହୁଥିବା ସଂପୃକ୍ତ ନାବାଳକ ଜଣକ ସେଦିନ ତା’ସହ ଘଟିଥିବା ଘଟଣା ସଂପର୍କରେ ଗ୍ରାମବାସୀଙ୍କ ଆଗରେ ଯେଉଁ ଘଟଣା ବର୍ଣ୍ଣନା କରିଛି, ତାହା ଅତ୍ୟନ୍ତ ହୃଦୟ ବିଦାରକ। ନାବାଳକଟି କହିଛି, ‘ସେଦିନ ରାତିରେ ଆମର ଦୁଇ ବଖୁରିଆ ମଦ୍ରାସାର ଗୋଟିଏ କଠୋରିରେ ମୁଁ ଶୋଇଥାଏ। ରାତିରେ କାହା ସ୍ପର୍ଶରେ ମୋର ନିଦ ଭାଙ୍ଗିଗଲା। ଦେଖିଲି, ମୁଲ୍ଲା ଆସି ମୋ ପାଖରେ ଶୋଇଛନ୍ତି। ମୁଁ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଲି। ତେବେ, ହଲଚଲ ନ ହୋଇ ମୁଁ ସେମିତି ଶୋଇବାର ଛଳନା କଲି। ତେବେ, ମୁଲ୍ଲା ମୁଁ ପିନ୍ଧଥିବା ଢ଼ିଲା କୁର୍ତ୍ତା ଓ ପ୍ୟାଣ୍ଟକୁ ଖୋଲି ପକାଇବା ସହ ମୋ ସହ ଦୁଷ୍କର୍ମ କଲେ। ମୁଁ ଜୋରରେ ପାଟି କରିବାକୁ ଚେଷ୍ଟା କରିବାରୁ ସେ ମୋ ପିନ୍ଧା କୁର୍ତ୍ତାକୁ ଆଣି ମୋ ପାଟିରେ ମାଡ଼ିଦେବା ସହ ମୋତେ କ୍ଷତାକ୍ତ ଓ ରକ୍ତାକ୍ତ କରି ଦେଇଥିଲେ।…’

ପାକିସ୍ତାନର ମଦ୍ରାସାରେ ଏହା କିଛି ନୂଆ କଥା ନୁହେଁ। ଦୀର୍ଘଦିନ ଧରି ଏହା ଚାଲିଛି ପାକିସ୍ତାନର ମଦ୍ରାସାରେ। ଏହା କେବଳ ମାତ୍ର ଭାତହାଣ୍ଡିରୁ ଗୋଟିଏ। ଏହିପରି ଘଟଣା ଏବେ ପ୍ରତିଦିନ ଶହଶହ ସଂଖ୍ୟାରେ ଘଟୁଛି ପାକିସ୍ତାନରେ। ତେବେ, ଏ ବାବଦରେ କେହିହେଲେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ଏହାର ଏକମାତ୍ର କାରଣ ହେଲା, ପାକିସ୍ତାନରେ ମୁଲ୍ଲାମାନେ ଖୁବ୍‌ କ୍ଷମତାଶାଳୀ ଏବଂ ପ୍ରଭାବଶାଳୀ ମଧ୍ୟ। ଅନ୍ୟ ପକ୍ଷରେ ଯୌନଶୋଷଣ ପାକିସ୍ତାନରେ ଏକ ସାମାଜିକ କଳଙ୍କ। ତେଣୁ, ସବୁ ପାକିସ୍ତାନୀ ଏସବୁ କଥା ଜାଣୁଥିଲେ ମଧ୍ୟ ଏ ସଂପର୍କରେ ନିରବତା ଅବଲମ୍ବନ କରିବାକୁ ଶ୍ରେୟସ୍କର ମନେ କରୁଛନ୍ତି।

Herald-Standard

ଆଉ ଯେତେବେଳେ ବି ଏଭଳି ଅପରାଧ ସଂପର୍କରେ ଗୋଟେ ଅଧେ ଅଭିଯୋଗ ଆସୁଛି, ସେତେବେଳେ କାର୍ଯ୍ୟାନୁଷ୍ଠାନ ବଦଳରେ ପୁଲିସ୍‌ ମଧ୍ୟ ଟଙ୍କା ନେଇ ଏହାକୁ ଚପାଇ ଦେଉଛି। ନିକଟରେ ଏକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଏ ସଂପର୍କରେ କରାଯାଇଥିବା ଏକ ଅନୁସନ୍ଧାନ କାଳରେ ଏସବୁ ତଥ୍ୟ ଏବେ ପଦାକୁ ଆସିଛି। ପାକିସ୍ତାନରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ନୁହେଁ। ଆଉ ଏହି କାରଣରୁ ସେଠାର ପ୍ରାୟ ୨ ମିଲିୟନ ପିଲା ଏବେବି ସହସ୍ରାଧିକ ସଂଖ୍ୟାରେ ରହିଥିବା ପଞ୍ଜିକୃତ ଓ ଅଣପଞ୍ଜିକୃତ ମଦ୍ରାସାଗୁଡ଼ିକରେ ଶିକ୍ଷା ଗ୍ରହଣ କରୁଛନ୍ତି। ପାକିସ୍ତାନରେ ୨୨,୦୦୦ ପଞ୍ଜିକୃତ ମଦ୍ରାସା ଥିବା ବେଳେ ଏହାଠାରୁ ଅଧିକ ସଂଖ୍ୟାରେ ରହିଛି ଅଣପଞ୍ଜିକୃତ ମଦ୍ରାସା। ତେବେ, ଏହି ଅନୁସନ୍ଧାନ କାଳରେ ଯେଉଁ ସଂଘାତିକ ତଥ୍ୟ ଜଣାପଡ଼ିଛି, ତାହା ଯେତିକି ଉଦ୍‌ବେଗଜନକ, ତା’ଠାରୁ ଅଧିକ ଚିନ୍ତାଜନକ। ଆଉ ସେଇଟି ହେଉଛି, ଏହି ଯୌନ ପିପାସୁ ମୁଲ୍ଲାମାନଙ୍କ ପଛରେ ପାକିସ୍ତାନର ଧର୍ମୀୟ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ପ୍ରଚ୍ଛନ୍ନ ସମର୍ଥନ ରହିଥିବା କାରଣରୁ ସେମାନେ ଏବେ ସେଠାରେ ଆଉ କାହାରିକୁ ମାନିବା ଅବସ୍ଥାରେ ନାହାନ୍ତି। ଆଉ ଏହି ସତ୍ୟକୁ ସୁଦ୍ଧା ସ୍ୱୀକାର କରୁଛନ୍ତି, ପାକିସ୍ତାନର ରାଜନୈତିକ ନେତା ଏବଂ ପ୍ରାଶାସନକ ଓ ସାମରିକ ଅଧିକାରୀ।

ସମ୍ବନ୍ଧିତ ଖବର