ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବିଶ୍ବ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଜି୨୦ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ଏକ ବିଶ୍ବସ୍ତରୀୟ ଟିକସ ବୁଝାମଣା ଲାଗି ଭାରତ ସମେତ ୧୪୦ଟି ଦେଶ ସହମତ ହୋଇଛନ୍ତି। ବହୁଦେଶୀୟ କଂପାନିଗୁଡ଼ିକ ଯେଉଁ ଦେଶରେ କାରବାର କରୁଛନ୍ତି ସେଠାରେ ସେଭଳି ଯେଭଳି ସର୍ବନିମ୍ନ ୧୫ ପ୍ରତିଶତ ଟିକସ ଦେବେ ସେଥିପାଇଁ ଏକ ନିୟମ ପ୍ରସ୍ତୁତ କରାଯିବ। ଏହାକୁ ଲାଗୁ କରିବା ପୂର୍ବରୁ ରହିଥିବା କେତେକ ଆହ୍ବାନର ମୁକାବିଲା କରିବାକୁ ହେବ। ଦେଶ ଦେଶଗୁଡ଼ିକ ମଧ୍ୟରେ ସ୍ଥାବର ସମ୍ପତ୍ତିକୁ ନେଇ ହେଉଥିବା କାରବାର ବିଷୟରେ ସୂଚନା ଆଦାନପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ବିକାଶ କରିବା ଉପରେ କାର୍ଯ୍ୟ ହେବ। ଅର୍ଥନୈତିକ ସହଯୋଗିତା ଓ ବିକାଶ ସଂଗଠନ (ଓଇସିଡି) ଓ ସାଉଥ୍ ଏସିଆ ଏକାଡେମି ଫର ଟ୍ୟାକ୍ସ ଆଣ୍ଡ୍ ଫାଇନାନ୍ସିଆଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ର ମିଳିତ ସହଯୋଗରେ ଏହାର ପରୀକ୍ଷାମୂଳକ ପ୍ରକଳ୍ପ ଆରମ୍ଭ କରାଯିବ। ରିଅଲ ଇଷ୍ଟେଟ୍ରେ ଆନ୍ତର୍ଜାତିକ ଟିକସ ସ୍ବଚ୍ଛତାରେ ଉନ୍ନତି ଆଣିବା ପାଇଁ ଓଇସିଡି ଯେଉଁ ନୋଟ୍ ତିଆରି କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp