ମୁମ୍ବାଇ: ଝିଅକୁ ମାଠିଆ ସହ ବିବାହ କରିବାକୁ ବାଧ୍ୟ କରୁଛନ୍ତି ମାତାପିତା। ମୁମ୍ବାଇରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ୨୬ବର୍ଷୀୟା ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ବାପାମାଆ ତାଙ୍କର ବିବାହ ମାଠିଆ ସହ କରିବାକୁ ଚାହୁଥିବା ଲେଖିଛନ୍ତି। ଯୁବତୀଜଣକ ଏହାର କାରଣ ମଧ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଯୁବତୀଜଣକ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ୨୬ବର୍ଷ ବୟସ୍କା ଯୁବତୀ ମୁମ୍ବାଇରେ ରହୁଛି। ମୋର ପିତାମାତା ମୋତେ ମାଠିଆ ସହିତ ବିବାହ କରିବାକୁ କହୁଛନ୍ତି। ଏଭଳି ହେଲେ ମୋର ଭାବିସ୍ୱାମୀ ମରିବେ ନାହିଁ ଓ ବିବାହ ବିଚ୍ଛେଦ ହେବ ନାହିଁ। ମୁଁ ଜଣେ ନାସ୍ତିକ ଏବଂ ଏହି ଧାରଣାକୁ ମଧ୍ୟ ଦୃଢ଼ ଭାବେ ବିରୋଧ କରେ। କିନ୍ତୁ ଏଭଳି କରି ମୁଁ ତାଙ୍କୁ ଅସମ୍ମାନିତ କରୁଛି ବୋଲି ମୋର ପିତାମାତା କହୁଛନ୍ତି। ମୁଁ ଜାଣେ ସେମାନେ ମୋତେ ଏହା କରିବାକୁ ବାଧ୍ୟ କରିପାରିବେ ନାହିଁ। କିନ୍ତୁ ଏହି ଅର୍ଥହୀନ କଥା ଉପରେ ପ୍ରତିଦିନ ଘରେ ଆଲୋଚନା କରିବା ଦ୍ବାରା ମୋର ମାନସିକ ଅବସ୍ଥା ଖରାପ ହେବ‌ାରେ ଲାଗିଛି। କିଛି ଉପଦେଶ ଦିଅନ୍ତୁ। ପିତାମାତା ଯାହା କହୁଛନ୍ତି ତାହା ସତ କି?

ତେବେ ଯୁବତୀଙ୍କ ଏଭଳି ପୋଷ୍ଟ ପରେ ଏବେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିବା ଆରମ୍ଭ କରିଛନ୍ତି। ଯୁବତୀଙ୍କ ବାପା ଇଞ୍ଜିନିୟର ଓ ମା’ ବି.କମ ପଢ଼ି ମଧ୍ୟ ଏଭଳି କହୁଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।