ମୁମ୍ବାଇ: ବୟସ ବେଳେ ଯେତେ ବି ପରସ୍ପରଙ୍କ ସହ ଝଗଡ଼ା କରନ୍ତୁ ପଛେ; ପରିଣତ ବୟସରେ ପତି-ପତ୍ନୀ ଉଭୟ ଉଭୟଙ୍କ ପାଇଁ ଆଶା ବାଡ଼ି। ଏକାଠି ବଞ୍ଚିବା ଓ ଏକାଠି ମରିବାର ଶପଥ ସତେ ଯେମିତି ଜୀବନ୍ତ ଲାଗେ ବୟସର ଅପରାହ୍ନରେ।
ମାତ୍ର ମୁମ୍ବାଇର ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କ ଚରମ ନିଷ୍ପତ୍ତି ଆପଣଙ୍କୁ ଚକିତ କରିବ। ବୃଦ୍ଧ ଜଣକ ତାଙ୍କ ୭୪ ବର୍ଷୀୟା ପତ୍ନୀଙ୍କୁ ଗଳା କାଟି ହତ୍ୟା କରିବା ପରି ଏକ ଘଟଣା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ; ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାର ଜାଣିବାକୁ ମିଳିଛି। ବୃଦ୍ଧ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ବୃଦ୍ଧଙ୍କ ଏପରି ନିଷ୍ପତ୍ତି ପଛରେ ରାଗ କି ଘୃଣା ନୁହେଁ; ବରଂ ଲୁଚିଛି ତାଙ୍କର ବିବଶତା। ଘଟଣାଟି ହେଉଛି, ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଅସୁସ୍ଥ ଥିଲେ ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ଅଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଉଭୟ ବେକ, ପିଠି, ଆଣ୍ଠୁ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।
ଶନିବାର ରାତି ପ୍ରାୟ ସାଢ଼େ ୮ଟାରେ, ଗାବ୍ରିଏଲ୍ ପେରେରା (ବୟସ ୮୧) ତାଙ୍କ ପତ୍ନୀ ଆର୍ଟିନା ପେରେରା (ବୟସ ୭୪)ଙ୍କୁ ରୋଷେଇ ଘରର ଏକ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ପରେ ସେ ସେହି ଛୁରୀରେ ତାଙ୍କ ହାତ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପେରେରାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି।
ଘଟଣା ସମୟରେ ଦମ୍ପତିଙ୍କ ପୁଅ ଘରୁ ବାହାରକୁ ଥିଲା। ଘର ଭିତରୁ ବନ୍ଦ ଥିବାରୁ ସେ ଫେରିବା ପରେ କବାଟ ଭାଙ୍ଗି ଦେଖିଲେ ଯେ ତାଙ୍କ ମାଆ ରକ୍ତ ଜୁଡୁବୁଡୁ ହୋଇ ମୃତ ଭୂଇଁରେ ଲୋଟିଥିଲେ ଏବଂ ବାପା ଆହତ ହୋଇ ପଡ଼ି ରହିଥିଲେ। ଏସବୁ ଦେଖି ସେ ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଭାସାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୧୦୩(୧) (ହତ୍ୟା) ଅନୁଯାୟୀ ଗାବ୍ରିଏଲ୍ ପେରେରାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତଥାପି, ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ସ୍ଥାନୀୟ ପୁଲିସ ଅଧିକ ତଦନ୍ତ କରୁଛି। ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି ଯେ ଗାବ୍ରିଏଲ୍ ତାଙ୍କର ଓ ତାଙ୍କ ପତ୍ନୀଙ୍କ ଯନ୍ତ୍ରଣା ସହ୍ୟ ନକରିପାରି ଜୀବନ ହାରିବାକୁ ଉଚିତ ମଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/08/new-project-30-2025-09-08-19-09-34.jpg)