ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ: ପ୍ରବଳ ବର୍ଷା ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଲା ମୁମ୍ବାଇ ବିମାନ ବନ୍ଦର

ନୂଆଦିଲ୍ଲୀ: ମୁମ୍ବାଇ ନିକଟ ଆରବ ସାଗର ଉପର ଦେଇ ସାମୁଦ୍ରିକ ବାତ୍ୟା ‘ତୌତେ’ ପ୍ରବାହ ହେବାର ଆଶଙ୍କା ଥିବାରୁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦର ବନ୍ଦ ରହିବ। ପୂର୍ବରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା | କିନ୍ତୁ ପ୍ରବଳ ବର୍ଷା ପାଇଁ ସମୟ ବଢ଼ାଇ ଦିଆଯାଇଛି | ବାତ୍ୟା ପ୍ରବାହ କାରଣରୁ ମୁମ୍ବାଇରେ ପ୍ରବଳ ବର୍ଷା ବର୍ଷିବା ସହ କ୍ଷିପ୍ର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ‘ବିଏମ୍‌ସି’ ଓ ମୁମ୍ବାଇ ପୁଲିସ କହିଛନ୍ତି। ଏହା ସହ ବାତ୍ୟାର ପ୍ରକୋପ ଧିରେ ଧିରେ ବଢ଼ୁଥିବାରୁ ଗୁଜୁରାଟ ଏବଂ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ସ୍ଥିତି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

Longer wait at Mumbai airport as runway to be shut for 3 months | Hindustan  Times
Hindustan Times

ପୂର୍ବରୁ, ମୁମ୍ବାଇର ମନୋରେଲ୍‌ ସେବା ମଧ୍ୟ ଆଜି ପାଇଁ ବାତିଲ କରାଯାଇଥିଲା। ଛତ୍ରପତି ଶିବାଜି ମହାରାଜ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ତିନୋଟି ବିମାନ ସେମାନଙ୍କର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରିଥିଲେ। ସ୍ପାଇସ୍‌ଜେଟ୍‌କୁ ସୁରଟ ଓ ଇଣ୍ଡିଗୋ ବିମାନକୁ ହାଇଦ୍ରାବାଦ ପଠାଇ ଦିଆଯାଇଥିଲା। ଲକ୍ଷ୍ନୌରୁ ଆସିଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନ ପୁନର୍ବାର ଲକ୍ଷ୍ନୌକୁ ଫେରିଯାଇଥିଲା।

ସମ୍ବନ୍ଧିତ ଖବର