ମୁମ୍ବାଇ: ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଜଣେ ଅଜ୍ଞାତ ବ୍ୟକ୍ତି ବିମାନ ବନ୍ଦରକୁ ଉଡ଼ାଇବା ପାଇଁ ଷଡଯନ୍ତ୍ର କରିଥିବା ଧମକ ଦେଇ କହିଛନ୍ତି।
ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) କଣ୍ଟ୍ରୋଲ ରୁମକୁ ଏହି କଲ୍ ମିିଳିଥିଲା। ଯେଉଁଥିରେ କଲ୍ କରିଥିବା ବ୍ୟକ୍ତି ଜଣକ କହିଥିଳେ କି ମୁମ୍ବାଇରୁ ଆଜେରବାଇଜାନ ଅଭିମୁଖେ ବିମାନରେ ଯାଉଥିବା ଯାତ୍ରୀ ମହମ୍ମଦ ବିସ୍ଫୋରକ ସାମଗ୍ରୀ ନେଇ ଯାଉଛନ୍ତି ବୋଲି।
ଏହି ଧମକ ପାଇବା ପରେ ସିଆଇଏସ୍ଏଫ୍ ତୁରନ୍ତ ପୁଲିସକୁ ସତର୍କ କରାଇ ବିମାନବନ୍ଦର ପରିସରରେ ସୁରକ୍ଷାକର୍ମୀଙ୍କୁ ତ୍ୱରାନ୍ୱିତ କରିଥିଲା। ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନେ ତଦାରଖକୁ ତୀବ୍ର କରିଥିଲେ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ।
ବିମାନ ଧମକ ମଧ୍ୟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛି। ଅକ୍ଟୋବରରେ ୪୫୦ରୁ ଅଧିକ ଠକେଇ କଲ୍ ରିପୋର୍ଟ କରାଯାଇଛି। ଯାହା ଯାତ୍ରୀଙ୍କ ସୁରକ୍ଷା ତଥା ଜାତୀୟ ନିରାପତ୍ତା ପାଇଁ ସମ୍ଭାବ୍ୟ ପ୍ରଭାବକୁ ନେଇ ବ୍ୟାପକ ଚିନ୍ତାର କାରଣ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/14/KEOX0jKmOWw0tx6vvvf0.jpg)