ମୁମ୍ବାଇ: ଯାତ୍ରୀଙ୍କୁ ନଜଣାଇ ଧାର୍ଯ୍ୟ ସମୟର ୧୦ମିନିଟ୍ ପୂର୍ବରୁ ଉଡ଼ାଣ ବାତିଲ କଲା ଗୋଏୟାର। ଧାରଣାରେ ବସିଲେ ଯାତ୍ରୀ। ମୁମ୍ବାଇ ବିମାନବନ୍ଦରରେ ଘଟିଛି ଏଭଳି ଘଟଣା। ପୂର୍ବ ସୂଚନା ବିନା ଗୋଏୟାର ଦୁଇରୁ ତିନିଟି ବିମାନ ଉଡ଼ାଣ ବାତିଲ କରିବା ପରେ ମୁମ୍ବାଇ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଥିଲା। ବୁଧବାର ଦିନ ଏହି ଘଟଣା ଘଟିଥିଲା ଯେତେବେଳେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀମାନେ ବିମାନ ଉଡ଼ାଣ ବାତିଲ ହୋଇଥିବା ଜାଣିଥିଲେ। ସବୁଠାରୁ ବଡ଼ କଥା ହେଲା ଉଡ଼ାଣର ମାତ୍ର ୧୦ମିନିଟ ପୂର୍ବରୁ ଯାତ୍ରୀମାନଙ୍କୁ ଏହି ସୂଚନା ଦେଇଥିଲା ଗୋଏୟାର।
ଏହା ପରେ ଗୋଆ ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ରାଗରେ ତଳେ ବସି ପ୍ରତିବାଦ କରିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଜଣେ ଯାତ୍ରୀ ପ୍ରତିବାଦ ସମୟର ଭିଡିଓ ରେକର୍ଡ କରି ଟ୍ବିଟ କରିବା ପରେ ଏବେ ଭିଡିଓଟି ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଯାତ୍ରୀମାନେ ରାଗରେ ପାଟି କରୁଥିବା ଦେଖାଯାଇଛି।
ମିଳିଥିବା ସୂଚନା ମୁତାବକ, ବୁଧବାର ରାତି ୨.୧୦ରେ ବିମାନ ଗୋଆ ଅଭିମୁଖେ ଉଡାଣ କରିବାର ଥିଲା। ହେଲେ ୨ଟାରେ ଉଡ଼ାଣ ବାତିଲ ହୋଇଥିବା ଜାଣିଥିଲେ ଯାତ୍ରୀ। ଏନେଇ ଯାତ୍ରୀମାନେ ବିରୋଧ ପ୍ରଦର୍ଶନ ଆରମ୍ଭ କରିବା ପରେ ଗୁରୁବାର ସକାଳ ୬.୩୦ରେ ଆଉ ଏକ ବିମାନରେ ଯାତ୍ରୀଙ୍କୁ ଗୋଆ ପଠାଇଥିଲା ଗୋଏୟାର।
Ruckus by Go Air passengers at #Goa Airport today morning.
As per a passenger, flight was scheduled to depart at 2:10am n passengers were informed at 2am about flight cancellation.
With no alternative, an argument broke out between passengers and airline staff. pic.twitter.com/FmaZCYK9mU— Shivani Mishra (@Shivani703) April 12, 2023