ମୁମ୍ବାଇ: ମୁମ୍ବାଇ ଇଣ୍ଟରନ୍ୟାସ୍‌ନାଲ ଏୟାରପୋର୍ଟର ସର୍ଭର ଆଜି ଡାଉନ୍‌ ହୋଇଯିବାରୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଜି ସନ୍ଧ୍ୟାରେ ସର୍ଭର ୨ ଘଣ୍ଟା ଡାଉନ୍‌ ହେବାପରେ ଯାତ୍ରୀମାନଙ୍କ ଭିଡ଼ ବଢ଼ିଯାଇଥିଲା ଏବଂ ଲ‌ଗେଜ କାଉଣ୍ଟରରେ ସ୍ଥିତି ଜଟିଳ ହୋଇପଡ଼ିଥିଲା। ବ୍ୟାଗେଜ୍‌ ପଏଣ୍ଟରେ ସର୍ଭର ଡାଉନ୍‌ ଯୋଗୁଁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ କେଉଁ କାରଣ ପାଇଁ ସର୍ଭର ଡାଉନ୍‌ ରହିଥିଲା ତାହା ଜଣାପଡ଼ି ନାହିଁ। ସିଆଇଏସ୍‌ଏଫ୍‌ ଆଜି ଭିଡ଼ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇଥିଲା।