ମୁମ୍ବାଇ: ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ମୁମ୍ବାଇ ବିମାନବନ୍ଦର ପୁଲିସ ପାଖକୁ ଆସିଛି ଏଭଳି ଧମକପୂର୍ଣ୍ଣ ଇମେଲ୍ । ଏଥିରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ପୁଣିଥରେ ଧମକ ମିଳିଛି । ଇମେଲରେ କୁହାଯାଇଛି ଯେ ତାଜ ମହଲ ପ୍ୟାଲେସ୍ ହୋଟେଲ ଏବଂ ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବ । ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ଏଜେନ୍ସି ବିମାନବନ୍ଦରରେ ସତର୍କ ରହିବା ସହ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଯେ ଏହି ମେଲ୍ ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବାକୁ ନେଇ ଦିଆଯାଇଛି । ମୁମ୍ବାଇ ପୁଲିସ ମେଲ୍ କରିଥିବା ଲୋକକୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରୁଛି।
ଧମକପୂର୍ଣ୍ଣ ଇମେଲ୍ ପରେ ସୁରକ୍ଷା ଏଜେନ୍ସି ସତର୍କ ହେବା ସହ ସମ୍ପୂର୍ଣ୍ଣ ମୁମ୍ବାଇରେ ପାରା ମିଲିଟାରି ଫୋର୍ସ ମୁତୟନ କରାଯାଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଏବଂ ତାଜ୍ ମହଲ ପ୍ୟାଲେସ୍ ହୋଟେଲରେ ଡଗ୍ ସ୍କ୍ବାର୍ଡର ଟିମ୍ ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି । ଏହା ପୂର୍ବରୁ ମଧ୍ୟ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/17/bfwdf4RXB0hi1JafztbY.jpg)