ବିଶ୍ୱର ୧୦୦ ଅତ୍ୟାଧୁନିକ ସହର ମଧ୍ୟରେ ମୁମ୍ବାଇ; ତାଲିକାର ଶୀର୍ଷରେ ଟୋକିଓ

ନୂଆଦିଲ୍ଲୀ: ବିଶ୍ୱର ୧୦୦ଟି ଅତ୍ୟାଧୁନିକ ସହର ମଧ୍ୟରେ ସ୍ଥାନ ପାଇଛି ମୁମ୍ବାଇ। ବ୍ୟାବସାୟିକ ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ଟୁଥିଙ୍କ୍‌ନୋ’ ନିକଟରେ ପ୍ରକାଶ କରିଥିବା ଅତ୍ୟାଧୁନିକ ସହର ତାଲିକାର ଶୀର୍ଷରେ ରହିଛି ଜାପାନର ରାଜଧାନୀ ଟୋକିଓ।

ତାଲିକାରେ ୯୨ତମ ସ୍ଥାନରେ ରହିଛି ମୁମ୍ବାଇ। ଗତବର୍ଷ ଉକ୍ତ ତାଲିକାରେ ମୁମ୍ବାଇ ସ୍ଥାନ ଥିଲା ୯୦। ଏହା ପଛକୁ ତାଲିକାର ୧୩୯ ନମ୍ବରରେ ରହିଛି ଭାରତୀୟ ସହର ବେଙ୍ଗାଲୁରୁ।

ବିଶ୍ୱର ୫୦୦ ଅତ୍ୟାଧୁନିକ ସହରର ନାମ ଥିବା ଏହି ତାଲିକାରେ ଭାରତର ସମୁଦାୟ ୧୩ଟି ସହରର ନାଁ ରହିଛି। ଦିଲ୍ଲୀ (୧୯୯), ଚେନ୍ନାଇ (୨୫୨), କୋଲକାତା (୨୮୩), ହାଇଦ୍ରାବାଦ (୩୧୬), ଅହମଦାବାଦ (୩୪୫), ପୁଣେ (୩୪୬), ଜୟପୁର (୩୯୩), ସୁରତ (୪୨୪), ଲକ୍ଷ୍ନୌ (୪୪୨), କାନପୁର (୪୪୮) ଏବଂ ମଦୁରାଇ (୪୫୨)।

ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଲଣ୍ଡନ। ଗତବର୍ଷ ତାଲିକାର ଶୀର୍ଷରେ ଥିଲା ଲଣ୍ଡନ।

ଅନ୍ୟ ୧୦ ଶ୍ରେଷ୍ଠ ସହର ହେଉଛି- ସାନ୍‌ ଫ୍ରାନ୍‌ସିସ୍‌କୋ, ନ୍ୟୁୟର୍କ, ଲସ୍‌ ଏଞ୍ଜେଲେସ୍‌, ସିଙ୍ଗାପୁର, ବୋଷ୍ଟନ୍‌, ଟରଣ୍ଟୋ, ପ୍ୟାରିସ୍‌ ଏବଂ ସିଡ୍‌ନି।

ସମ୍ବନ୍ଧିତ ଖବର