ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ  ପାଇଁ ଚଳିତ ସପ୍ତାହରେ ୪ ଦିନ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନ୍ୟ ସହରରେ ମଦ ବିକ୍ରି ଉପରେ କଟକଣା ଲାଗୁ ରହିବ । ଅର୍ଥାତ୍ ଏସବୁ ସହରରେ ୪ ଦିନ ଡ୍ରାଏ ଡେ ରହିବ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବାକୁ ନିର୍ବାଚନ କମିସନ ଏହି ନିଷ୍ପତ୍ତି ନେଇଛ୍ତି । 

Advertisment

ସୋମବାର ସନ୍ଧ୍ୟା ୬ଟାରେ ୨୮୮ଟି ଆସନରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ନଭେମ୍ବର ୨୦ତାରିଖରେ ୨୮୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ସେପର୍ଯ୍ୟନ୍ତ ଡ୍ରାଏ ଡେ ଲାଗୁ ରହିବ । ସେହିପରି ୨୩ ତାରିଖ ଗଣତି ଦିନ ବି ଡ୍ରାଏ ଡେ ରହିବ ।

ସୋମବାର ସନ୍ଧ୍ୟା ୬ଟାରେ ୨୮୮ଟି ଆସନରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ନଭେମ୍ବର ୨୦ତାରିଖରେ ୨୮୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ସେପର୍ଯ୍ୟନ୍ତ ଡ୍ରାଏ ଡେ ଲାଗୁ ରହିବ । ସେହିପରି ୨୩ ତାରିଖ ଗଣତି ଦିନ ବି ଡ୍ରାଏ ଡେ ରହିବ ।

ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସୁନିଶ୍ଚିତ କରିବା ପାଇଁ ଏପରି କରାଯାଇଛି ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି କଟକଣାର ଉଦ୍ଦେଶ୍ୟ ହେଉଛି ବିଶୃଙ୍ଖଳାକୁ ହ୍ରାସ କରିବା ଏବଂ ଭୋଟରମାନେ ଯେପରି ମଦ୍ୟପାନର ଶିକାର ନହୁଅନ୍ତି ତାହା ସୁନିଶ୍ଚିତ କରିବା । ଆୟୋଗ ଅନୁଯାୟୀ, ନଭେମ୍ବର ୧୮ ତାରିଖ ସନ୍ଧ୍ୟା ୬ଟା ପରେ ମୁମ୍ବାଇ ଏବଂ ଥାନେ ଓ ପୁଣେ ସମେତ ଅନ୍ୟାନ୍ୟ ସହରରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ। ନଭେମ୍ବର ୧୯ ଦିନ ବି ଏହି କଟକଣା ରହିବ ଅର୍ଥାତ୍ କୌଣସି ମଦ ଉପଲବ୍ଧ ହେବ ନାହିଁ । ନଭେମ୍ବର ୨୦ ରେ ମତଦାନ ଦିନ ସାରା ମଦ ବିକ୍ରି ନିଷିଦ୍ଧ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଭୋଟ୍ ଗ୍ରହଣ ସରିବା ପରେ ସନ୍ଧ୍ୟା ୬ଟାରେ ବିକ୍ରି ହେବ ନାହିଁ। ସେହିପରି ନଭେମ୍ବର ୨୩ ତାରିଖରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଂଶିକ ନିଷେଧାଦେଶ ବଳବତ୍ତର ରହିବ।