ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଦେଶର ଅର୍ଥନୈତିକ ରାଜଧାନୀ ମହାନଗରୀ ମୁମ୍ବାଇ!

ନ୍ୟୁୟର୍କ/ ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ରାଜଧାନୀ ରୂପେ ଖ୍ୟାତ ମହାନଗରୀ ମୁମ୍ବାଇ ନିକଟ ଭବିଷ୍ୟତରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ! ଶୁଣିବାକୁ ଉଦ୍ଭଟ ମନେ ହେଉଥିଲେ ବି ଏପରି ସତର୍କବାଣୀ ଶୁଣାଇଛି ଏକ ଆମେରିକୀୟ ବିଜ୍ଞାନ ଗବେଷଣା ସଂସ୍ଥା। ସାଟେଲାଇଟ୍‌ ଜରିଆରେ ଜଳବାୟୁ ପରିବର୍ତ୍ତନ ଉପରେ ଉଚ୍ଚତର ଗବେଷଣା ଚଳାଇଥିବା ନ୍ୟୁଜର୍ସିର ଏକ ବିଜ୍ଞାନ ଗବେଷଣା ସଂସ୍ଥାର ଏକ ଗବେଷଣା ଲବ୍ଧ ତଥ୍ୟକୁ ଆଧାର କରି ଆମେରିକାର ପ୍ରମୁଖ ସମ୍ବାଦପତ୍ର ‘ଦ ନ୍ୟୁୟର୍କ ଟାଇମସ୍‌’ ଗତ ମଙ୍ଗଳବାର ଦିନ ପ୍ରକାଶ କରିଛି ଏକ ବିସ୍ତୃତ ରିପୋର୍ଟ।

Mumbai times

ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ବରଫ ପାହାଡ଼ ସବୁ ତରଳିବାକୁ ଆରମ୍ଭ କରିଥିବାରୁ ସମୁଦ୍ରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ସମୁଦ୍ରର ଜଳସ୍ତର ବଢ଼ିଲେ ଏହାର ପ୍ରଭାବ ସ୍ଥଳଭାଗରେ ପରିଲକ୍ଷିତ ହେବ। ଏବଂ ଜନବସତି ଥିବା ଅଞ୍ଚଳକୁ ମାଡ଼ି ଆସିବ ସମୁଦ୍ର। ଏହାର ପ୍ରଭାବରେ ୨୦୫୦ ସୁଦ୍ଧା ସମଗ୍ର ବିଶ୍ବରେ ପ୍ରାୟ ୧୫୦ ମିଳିୟନରୁ ଅଧିକ ଲୋକ ପ୍ରଭାବିତ ହେବା ସହ ନିଜର ବାସସ୍ଥାନ ହରାଇବେ ବୋଲି ସତର୍କବାଣୀ ଶୁଣାଇଛି ଏହି ସଂସ୍ଥା।

New York Times

ପ୍ରକାଶିତ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହାର ପ୍ରଭାବରେ ଦେଶର ଅର୍ଥନୈତିକ ରାଜଧାନୀ ରୂପେ ଖ୍ୟାତ ମହାନଗରୀ ମୁମ୍ବାଇ ମଧ୍ୟ ଗଭରୀ ଭାବେ କ୍ଷତିଗ୍ରସ୍ତ ହେବା ସହ ଭବିଷ୍ୟତରେ (୨୦୫୦ ସୁଦ୍ଧା) ସମୁଦ୍ର ଗର୍ଭରେ ଲୀନ ହୋଇଯିବ! ଏକଦା କେତେକ ଦ୍ବୀପ ସମୂହ ରହିଥିବା ବର୍ତ୍ତମାନର ମୁମ୍ବାଇ ମହାନଗରୀ ସମୁଦ୍ରର ଜଳସ୍ତର ବଢ଼ିଲେ ଆଗ ପ୍ରଭାବିତ ହେବା ସହ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ସତର୍କବାଣୀ ଶୁଣାଇଛି ଏହି ସଂସ୍ଥା।

ସମ୍ବନ୍ଧିତ ଖବର