ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ, ହାଫିଜ୍‌ର ଶାଳକ ପାକିସ୍ତାନରେ ଗିରଫ

ଲାହୋର: ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତଥା ନିଷିଦ୍ଧ ଘୋଷିତ ଜମାତ୍‌-ଉଦ୍‌-ଦାଵାର ମୁଖ୍ୟ ହାଫିଜ୍‌ ସୟିଦ୍‌ର ଶାଳକ ଅବଦୁଲ୍‌ ରହମାନ୍‌ ମାକ୍କିକୁ ବୁଧବାର ପାକିସ୍ତାନ ପୁଲିସ୍‌ ଗିରଫ କରିଛି। ଗରିଫ ରହମାନ୍‌ ଜମାତ୍‌-ଉଦ୍‌- ଦାଵା (ଜେୟୁଡି)ର ବୈଦେଶିକ ବିଭାଗ ମୁଖ୍ୟ ଥିଲା। ଜମାତ୍‌-ଉଦ୍‌- ଦାଵା ବ୍ୟତିତ ଫଲା-ଇ-ଇନ୍‌ସାନିୟତ୍‌ ଟ୍ରଷ୍ଟର ଦାୟିତ୍ବରେ ଥିବା ରହମାନ୍‌କୁ ନିଷିଦ୍ଦ ଘୋଷଣା କରାଯାଇଥିବା ସଂଗଠନ ବିରୋଧରେ କାର୍ଯ୍ୟନୁଷ୍ଟାନ ନିଆଯିବା ବେଳେ ଗିରଫ କରାଯାଇଥିବା କୁହାଯାଇଛି। ପାକିସ୍ତାନ ସରକାରଙ୍କ ବିରୋଧରେ ଘୃଣା ଭାଷଣ ଦେବା ଅଭିଯୋଗରେ ସରକାରଙ୍କ ନିର୍ଦେଶକ୍ରମେ ପଞ୍ଜାବ ପ୍ରଦେଶ ପୁଲିସ୍‌ ତାକୁ ଗିରଫ କରିଛି। ପାକିସ୍ତାନ ସରକାରଙ୍କ ଦ୍ବାରା ଆର୍ଥନୈତିକ କାର୍ଯ୍ୟନୁଷ୍ଟାନକୁ ସମାଲୋଚନା କରିବା ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି।

ଫେବ୍ରୁଆରିରେ ପାରିସ୍‌ର ଏଫ୍ଏଟିଏଫ୍ ନାମକ ସଂସ୍ଥା ଆତଙ୍କବାଦୀ ସଂଗଠନଗୁଡିକୁ ପାଣ୍ଠି ଯୋଗାଣ ରୋକିବାରେ ବିଫଳ ହେବାକୁ ନେଇ ପାକିସ୍ତାନ୍‌କୁ ‘ଗ୍ରେ’ ତାଲିକାରେ ରଖିଥିଲା। ଇତି ମଧ୍ୟରେ ଇମ୍ରାନ୍‌ ଖାନ୍‌ ସରକାର ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିଲେ। ଗତ ଶନିବାର ପାକିସ୍ତାନ ସରକାର ଜୈସ୍‌ ଏବଂ ଅନ୍ୟ ଦୁଇଟି ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଥିବା ଅଭିଯୋଗରେ ୧୧ଟି ସଂଗଠନକୁ ନିଷିଦ୍ଧ ଘୋଷଣା କରିଥିଲେ। ଏତଦ୍‌ ବ୍ୟତିତ ୩୦ ହଜାର ଧାର୍ମିକ ସଂସ୍ଥାକୁ ନିଜ ନିୟନ୍ତ୍ରଣକୁ ନେବାକୁ ସରକାର ଘୋଷଣା କରିଥିଲେ। ଜେୟୁଡି ହେଉଛି ଲସ୍କର୍‌-ଏ-‌େତାଏବାର ପ୍ରମୁଖ ଛାମୁଆ ସଂଗଠନ। ଲସ୍କର୍‌-ଏ-‌େତାଏବା ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲା। ଏଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ। ଏହାପରେ ଜାତିସଂଘ ୨୦୧୪ରେ ଲସ୍କର୍‌-ଏ-‌େତାଏବାକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର