ପ୍ରଭାସଙ୍କୁ ନୁହେଁ ଭାରତୀୟ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା ସେଟ୍ଟୀ!

ନୂଆଦିଲ୍ଲୀ: ‘ବାହୁବଲୀ’ ଫିଲ୍ମରେ ନଜର ଆସି ବିଶ୍ବସ୍ତରରେ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଫିଲ୍ମ ରିଲିଜ୍ ପରେ ଅଭିନେତା ପ୍ରଭାସଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏମିତି କି ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ‌ଅନେକ ସମୟରେ ଦୁହେଁ ଏଭଳି ଚର୍ଚ୍ଚାକୁ କେବଳ ଗୁଜବ ବୋଲି କହିବା ସହ କଫି ଉଇଥ୍ କରଣକୁ ଆସି ପ୍ରଭାସ ଅନୁଷ୍କାଙ୍କ ସହ କେବଳ ବନ୍ଧୁତା ରହିଥିବା କହିଥିଲେ, ଯାହା ପରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଥମି ଥିଲା।

ଏବେ ପ୍ରଭାସଙ୍କ ପ‌ରେ ଭାରତୀୟ କ୍ରିକେଟରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ। ଏମିତି କି ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ କ୍ରିକେଟରଙ୍କ ନାଁ ସାମ୍ନାକୁ ଆସି ନଥିଲେ ମଧ୍ୟ କ୍ରିକେଟର ଜଣଙ୍କ ଉତ୍ତର ଭାରତର ବୋଲି ଜଣାପଡ଼ିଛି। ତେବେ ଚର୍ଚ୍ଚା ହେଉଥିବା ଏହି ଖବର ଉପରେ ନିଜର କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଅନୁଷ୍କା।

Image result for anushka-shetty
Mirchi9.com

ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ନିଜର ଆଗାମୀ ଫିଲ୍ମ ‘ନିଶବ୍ଦମ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଆର୍.ମାଧବନ୍।

ସମ୍ବନ୍ଧିତ ଖବର