ମୁମ୍ବାଇର ୪ମହଲା କୋଠା ଭୁଶୁଡିବା ଘଟଣା: ଜୀବିତ ଉଦ୍ଧାର ହେଲା ୪ବର୍ଷର ଶିଶୁ

ମୁମ୍ବାଇ : ଲଗାତାର ବର୍ଷା ଲାଗି ରହିଥିବାରୁ ଆଜି ଦିନ ୧୧ଟା ୩୦ମିନିଟ୍‌ରେ ମୁମ୍ବାଇର ଡୋଗରି ଅଞ୍ଚଳରେ ଥିବା ଏକ ୪ମହଲା କୋଠା ଭୁଶୁଡି ପଡ଼ିଥିଲା । ୧୨ଜଣ ଲୋକେ ଭଙ୍ଗା କୋଠା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଥିଲା । ତେବେ କୋଠାଟି ଭୁଶୁଡିବା ପରେ ଭିତରେ ୪୦-୫୦ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି । ତେବେ ଏତେ ବଡ଼ ଦୁର୍ଘଟଣା ପରେ ଜଣେ ୪ବର୍ଷୀୟ ଶିଶୁକୁ ଜୀବିତ ଉଦ୍ଧାର କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । କୋଠା ତଳେ ଚାପି ହୋଇ ରହିଥିବା ୫ଜଣଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୪ବର୍ଷୀୟ ଶିଶୁ ଥିବା ଜଣାପଡ଼ିଛି । କେହି ତାଙ୍କର ବଞ୍ଚିବାର ଆଶା ରଖି ନଥିବା ବେଳେ ସେ ଜୀବିତ ବାହାରକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Livemint

ସୂଚନା ମୁତାବକ, କୋଠାଟି ୧୦୦ବର୍ଷ ପୁରୁଣା ହୋଇଥିବାରୁ ଅଧିକ ବର୍ଷା ହେତୁ ତାହା ଭୁୁଶୁଡି ପଡ଼ିଥିବା ଜଣା ପଡ଼ିଛି । ଏହି କୋଠାର ପୁର୍ନଉଦ୍ଧାର ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ଏହାର କାମ କରା ଯାଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଏହି କୋଠାରେ ୧୫ରୁ ଅଧିକ ପରିବାର ରହୁଥିଲେ | ତେବେ ବିଏମସିର ଜରାଜୀର୍ଣ୍ଣ କୋଠା ତାଲିକାରେ କିଭଳି ଏହି କୋଠାଟି ସାମିଲ ନଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି |

ସମ୍ବନ୍ଧିତ ଖବର