ନୂଆ କାର ଚୋରିରେ ମୁମ୍ବାଇ ଦେଶରେ ଏକ ନମ୍ବର

ମୁମ୍ବାଇ: ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଏବେ ନୂଆ କାର ଚୋରିର ରାଜଧାନୀ ଭାବେ ପରିଚିତ ହୋଇଛି । ଅନ୍ୟ ମେଟ୍ରୋସିଟି ତୁଳନାରେ ମୁମ୍ବାଇରେ ନୂଆ କାର ଚୋରିର ସଂଖ୍ୟା ଅଧିକ । ପୂର୍ବ ରିପୋର୍ଟ ଅନୁସାରେ ମୁମ୍ବାଇ ଭାରତର ସବୁଠୁ ସୁରକ୍ଷିତ ସହର ଥିଲା, କିନ୍ତୁ ଏବେ ଅପରାଧ ଦୁନିଆର କେନ୍ଦ୍ରସ୍ଥଳି ପାଲଟିଛି । ୨୦୧୭ରେ ମୁମ୍ବାଇରେ ପାଖାପାଖି ୬୮ କୋଟି ଟଙ୍କାର କାର ଚୋରି ହୋଇଛି, ଏଥିରୁ ମୁମ୍ବାଇ ପୁଲିସ ୨୧ କୋଟି ଟଙ୍କାର କାର ଜବତ କରିଛି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଶାଖାର ଆଣ୍ଟି ମୋଟର ଭେଇକିଲ (AMVT) ଗତ ବର୍ଷ ଏକ ଚୋର ଗ୍ୟାଙ୍ଗକୁ ଧରିଥିଲା । ସେମାନଙ୍କ ସୂଚନା ଅନୁଯାୟୀ ସେମାନେ ନୂଆ ଗାଡିକୁ ଚୋରି କରି ଗାଡିର ଇଞ୍ଜିନ୍‌ ନମ୍ବର ଓ ଚେଚିସ ନମ୍ବର ବଦଲାଇ ସେକେଣ୍ଡ ହ୍ୟାଣ୍ଡ ବଜାରରେ ବକି ଦେଉଥିଲେ । ପୁଲିସର ସୂଚନା ମୁତାବକ ଗାଡିକୁ ଏଣେ ତେଣେ ପାର୍କିଙ୍ଗ କରିବା, ଗାଡିର ସୁରକ୍ଷା ପାଇଁ ଉପକରଣ ନକିଣିବା ଓ ପୁରୁଣା ଗାଡିର ପଞ୍ଜିକରଣ ନ କରିବା ଗାଡି ଚୋରିର ମୁଖ୍ୟ କାରଣ ଅଟେ ।

ମୁମ୍ବାଇର ସ୍ଥିତି ଦିଲ୍ଲୀଠାରୁ ମଧ୍ୟ ଅଧିକ ଖରାପ । ଏଠାରେ ପ୍ରତି ଏକ ଘଣ୍ଟାରେ ୪ଟି ଗାଡି ଚୋରି ହେଉଛି । ଦିଲ୍ଲୀ ପୁଲିସର ରିପୋର୍ଟ ଅନୁସାରେ ୨୦୧୬ରେ ୩୬,୭୦୨ ଗାଡି ଚୋରି ହୋଇଥିବା ବେଳେ ଗତ ବର୍ଷ ଗାଡି ଚୋରି ସଂଖ୍ୟା ବୃଦ୍ଧି ପାଇ ୩୯,୦୦୦ରେ ପହଞ୍ଚିଛି ।

ଏହି ଚୋରିକୁ ନଜରରେ ରଖି ମୁମ୍ବାଇ ପୁଲିସ ଏହି େଓ୍ଵବସାଇଟ www.vahanchoritakrar.com ଲଞ୍ଚ କରିଛି । ଏହି େଓ୍ଵବସାଇଟ ମାଧ୍ୟମରେ ଆପଣଙ୍କର ଚୋରି ହୋଇଥିବା ଗାଡିର ନମ୍ବର ପଞ୍ଜିକରଣ କରିବାର ୨୧ ଦିନ ଭିତରେ ଆପଣଙ୍କ ଗାଡିକୁ ଖୋଜିି ବାହାର କରିବ ପୁଲିସ । ଦିଲ୍ଲୀ ଏବଂ ବାଙ୍ଗାଲୋର ପୁଲିସ ମଧ୍ୟ ଏହିପରି େଓ୍ଵବସାଇଟର ବ୍ୟବହାର କରୁଛି । ଏହା ଦ୍ୱାରା ଲୋକମାନେ ସହଜରେ ନିଜର ଚୋରି ହୋଇଥିବା ଗାଡିର ପଞ୍ଜିକରଣ ପୁଲିସ ପାଖରେ କରିପାରିବେ ।

ସମ୍ବନ୍ଧିତ ଖବର