ମୁମ୍ବାଇ: ଦୁଷ୍କର୍ମ ମାମଲାରେ ମୁମ୍ବାଇର ଏକ ଅଦାଲଦ କେରଳ ସିପିଆଇ(ଏମ୍)ର ରାଜ୍ୟ ସଚିବଙ୍କ ପୁଅ ବିନୋଏ କୋଦିୟାରିଙ୍କୁ ଗୁରୁବାର ଆଗୁଆ ଜାମିନ୍ ଦେଇ ଦେଇଛନ୍ତି।
ବିନୋଏ କୋଦିୟାରି ବିରୋଧରେ ମୁମ୍ବାଇ ପୁଲିସ ଗତକାଲି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ମୁମ୍ବାଇର ଓ୍ଵାଣିଓ୍ଵାରା ପୁଲିସ ଷ୍ଟେସନ୍ରେ କୋଦିୟାରିଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମୁମ୍ବାଇ ପୁଲିସର ଟିମ୍ କୋଦିୟାରିଙ୍କୁ ଗିରଫ କରିବା ପାଇଁ କେରଳ ବି ଆସିଥିଲା କିନ୍ତୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା କାରଣ ଅଭିଯୁକ୍ତ ଫେରାର ହୋଇଯାଇଥିଲା।
ମୁମ୍ବାଇର ପୀଡିତା (ମୂଳ ଭାବେ ବିହାରରେ ବସବାସ କରନ୍ତି)ପୁଲିସ୍ରେ ଦେଇଥିବା ବୟାନ ଅନୁଯାୟୀ, ବିନୋଏ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ। ବିନୋଏଙ୍କ ସହିତ ତାଙ୍କ ସାକ୍ଷାତ ୨୦୦୯ରେ ଦୁବାଇର ଡ୍ୟାନ୍ସ ବାର୍ରେ କାମ କରୁଥିବା ସମୟରେ ହୋଇଥିଲା। ବିବାହ କରିବାକୁ ପ୍ରତିଶ୍ରୃତି ଦେଇ ସେ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଥିଲେ। ଯେତେବେଳେ ସେ ବିବାହ କଥା କହୁଥିଲେ ବିନୋଏ କୌଣସି ନା କୌଣସି କାରଣ ଦର୍ଶାଇ ସେ କଥାକୁ ଅଣଦେଖା କରି ଦେଉଥିଲେ। ୨୦୧୦ରେ ମୁମ୍ବାଇ ଆଣି ଭଡାଘରେ ରଖିଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମହିଳା ଜାଣିବାକୁ ପାଇଥିଲେ କି ବିନୋଏ ପୂର୍ବରୁ ହିଁ ବିବାହିତ । ଏହାପରେ ପୀଡିତା ପୁଲିସରେ ମାମଲା ରୁଜୁ କରିବା ପାଇଁ ସ୍ଥିର କରିଥିଲେ।