ପୁଣି ଥରେ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ମୁମ୍ବାଇ ‘ଡବାଓ୍ଵାଲା’; ୨ ହଜାର ଭୋକିଲା ହେଲେ ଉପକୃତ

ମୁମ୍ବାଇ: ମୁମ୍ବାଇର ‘ଡବାଓ୍ଵାଲା’ ପୁଣି ଥରେ ଲୋକମାନଙ୍କ ହୃଦୟ ଜିତି ପାରିଛନ୍ତି। ଦୀର୍ଘ ବର୍ଷ ଧରି ‘ଡବାଓ୍ଵାଲା’ ସେବା ଦ୍ୱାରା ଏମାନେ ମୁମ୍ବାଇର ଘରୁ ଘରୁ ଲଞ୍ଚ୍‌ ବକ୍ସ ନେଇ ଅଫିସ୍‌ରେ ପହଞ୍ଚାଇ ପାରଥାନ୍ତି। ମାତ୍ର ଗତବର୍ଷ ଅନ୍ଧେରୀ ରେଳ ଷ୍ଟେସନ୍‌ ଭୁଷୁଡ଼ିବା ପରେ ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା।

ମାତ୍ର ‘ଡବାଓ୍ଵାଲା’ କଷ୍ଟ ସମୟରେ ଲୋକଙ୍କୁ ମୁହଁରେ ଖାଦ୍ୟ ପହଞ୍ଚାଇବାର କାର୍ଯ୍ୟ ଏବେ ବି ଚାଲୁ ରଖିଛନ୍ତି। ମଙ୍ଗଳବାର ଦିନ ପୂରା ମୁମ୍ବାଇ ଯେତେବେଳେ ଜଳ ବହୁଳତା, ପରିବହନ ସଙ୍କଟ, ଦୁର୍ଘଟଣା ଓ ଅପତ୍ତିକାନୀଳ ସ୍ଥିତିରେ ଗତି କରୁଥିଲା ସେ ସମୟରେ ‘ଡବାଓ୍ଵାଲା’ ଆସୋସିଏସନ୍‌ର କର୍ମୀମାନେ ନିସହାୟ ଲୋକଙ୍କ ମୁହଁରେ ଖାଦ୍ୟ ପକାଇ ପୁଣି ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କର ‘ରୋଟି ବ୍ୟାଙ୍କ୍‌’ ନାମରେ ଏକ ସଂଗଠନ ରହିଛି। ଏହି ସଂଗଠନ ଜରିଆରେ ସେମାନେ ବସ୍ତିର ଲୋକେ, ହସ୍ପିଟାଲ୍‌ ସାମ୍ନାରେ ଥିବା ଲୋକେ ଓ ଖାଦ୍ୟ ପାଇଁ ବିକଳ ହେଉଥିବା ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ପରି ମହାନ କାର୍ଯ୍ୟ କରିଥାନ୍ତି।

ମୁମ୍ବାଇ ‘ଡବାଓ୍ଵାଲା’ ଆସୋସିଏସନ୍‌ର ମୁଖପାତ୍ର ସୁଭାଷ ତେଲକର୍‌ କହିଛନ୍ତି, ‘ଆମେ କିଛି ନା କିଛି ଲୋକଙ୍କୁ ନିତି ଦିନ ନିଶ୍ଚୟ ଖୁଆଇ ଥାଉ। ତାହା ଟିଫିନ୍‌ ସେବା ଜରିଆରେ ହେଉ କିମ୍ବା ରୋଟି ବ୍ୟାଙ୍କ୍‌ ଜରିଆରେ ହେଉ।

‘ଆମେ ଏକ ଫୋନ୍‌ କଲ୍‌ ପାଇଲୁ। ଗୋଟାଏ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲା। ମାତ୍ର କୌଣସି କାରଣରୁ ସେମାନଙ୍କ କାର୍ଯ୍ୟକ୍ରମ ହେଲା ନାହିଁ। ଫୋନ୍‌ କଲ୍‌ ପରେ ମୁମ୍ବାଇରେ ପ୍ରବଳ ବର୍ଷା ପାଣି ହେତୁ ଖାଦ୍ୟ ପାଇଁ ବିଳକ ହେଉଥିବା ଗରିବମାନଙ୍କ ମଧ୍ୟରେ ଖାଦ୍ୟ ବାଣ୍ଟିବା ପାଇଁ ଆମେ ନିଷ୍ପତ୍ତି ନେଲୁ। ୧୫୦୦ ଲୋକଙ୍କୁ ଦୃଷ୍ଟିରେ ରଖାଯାଇ କରାଯାଇଥିବା ଖାଦ୍ୟକୁ ଆମେ ୨ଟି ହସ୍ପିଟାଲ୍‌ ସାମ୍ନାରେ ଥିବା ୨ ହଜାର ଲୋକଙ୍କ ମଧ୍ୟରେ ବାଣ୍ଟି ଦେଲୁ।’ ବୋଲି ମୁଖପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର