ବାହାରକୁ ନ ଯାଇ ପାଠ ପଢ଼ୁ ବୋଲି ବାହାର ପଟୁ କବାଟ ଦେଇ ଚାଲି ଯାଇଥିଲେ ମାତା-ପିତା, ସର୍ଟ ସର୍କିଟ ଯୋଗୁଁ ବନ୍ଦ ଘର ଭିତରେ ଜଳିଗଲେ ନାବାଳିକା

ମୁମ୍ବାଇ : ରବିବାର ମୁମ୍ବାଇରେ ରହୁଥିବା ଜଣେ ୧୬ବର୍ଷୀୟ ନାବାଳିକା ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଝିଅ ବାହାରକୁ ବୁଲି ନ ଯାଇ ଘରେ ପାଠ ପଢ଼ିବ ବୋଲି ମାତା-ପିତା ବାହାର ପଟୁ କବାଟ ଦେଇ ବିବାହରେ ଯୋଗ ଦେବା ପାଇଁ ଚାଲି ଯାଇଥିଲେ । ଏହି ସମୟରେ ଘର ଭିତରେ ଲାଗିଥିବା ଏସିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା । ଯାହା ପରେ ପୀଡ଼ିତା ଚାହିଁବି ବାହାରକୁ ବାହାରି ପାରି ନଥିଲେ । କିଛି ସମୟ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣା ପଡ଼ିଛି ।

thesundaily.my

ସୂଚନା ମୁତାବକ, ଶ୍ରାବଣୀଙ୍କ ମାତା-ପିତା ତାଙ୍କୁ ଘର ଭିତରେ ବନ୍ଦ କରି ବିବାହରେ ଯୋଗ ଦେବାକୁ ଚାଲି ଯାଇଥିଲେ । ମାତା-ପିତା ଯିବା ପରେ ଶ୍ରାବଣୀ କିଛି ସମୟ ପାଠ ପଢ଼ି ଶୋଇ ପଡ଼ିବା ପରେ ମଧ୍ୟାହ୍ନ ୧ଟା ୪୫ମିନିଟ୍‌ରେ  ସର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଶ୍ରାବଣୀଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବାହାରପଟୁ କବାଟ ଦିଆଯାଇଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପହଞ୍ଚିବାକୁ ବିଳମ୍ବ ହୋଇଥିଲା । କିଛି ସମୟ ପରେ କବାଟ ଭାଙ୍ଗି ଭିତରକୁ ଯିବା ସହ ଶ୍ରାବଣୀଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର