ମୁମ୍ବାଇ: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବାର ଧମକ ମିଳିବା ପରେ ଜରୁରୀ ଅବତରଣ କରିଛି।

Advertisment

ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬ଇ ୭୬୨ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସକାଳ ୮ ଟା ସମୟରେ ବୋମା ଥିବାର ଧମକ ପାଇଥିଲା। ଏହି ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। 

ବିମାନ ଅବତରଣ ପରେ ସଙ୍ଗେସଙ୍ଗେ ଅଧିକାରୀମାନେ ଯାଞ୍ଚ ଆରମ୍ଭ କରି ଦେଇଥିଲେ। କିନ୍ତୁ କୌଣସି ପ୍ରକାର ସନ୍ଦେହଜନକ ଜିନିଷ ମିଳି ନଥିଲା।ବିମାନଟି ପ୍ରାୟ ୨୦୦ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ଧମକ ପାଇବା ପରେ ତୁରନ୍ତ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ସଙ୍ଗେସଙ୍ଗେ ବିମାନବନ୍ଦର ଅଧିକାରୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ବିମାନର ସୁରକ୍ଷିତ ଅବତରଣ ପାଇଁ ପ୍ରସ୍ତୁତ ହୋଇଥିଲେ। ସୁରକ୍ଷା ସଂସ୍ଥାଗୁଡ଼ିକ କୌଣସି ତ୍ରୁଟିକୁ ଏଡାଇବା ପାଇଁ ସମସ୍ତ ପ୍ରୋଟୋକଲ ଅନୁସରଣ କରିଥିଲେ।

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ୬ଇ ୭୬୨ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନ ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କ ଲଗେଜ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା।