ମୁମ୍ବାଇ: ପ୍ରବଳ ଖରା ଓ ଗରମ ହେତୁ ଆଇସ୍କ୍ରିମ୍ର ଚାହିଦା ଏବେ ଢେର୍ ଅଧିକ ରହିଛି। ଲୋକଙ୍କ ମଧ୍ୟରେ ଆଇସ୍କ୍ରିମ୍ ଖାଇବାର ଇଛା ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି। ଲୋକେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରୁ ଆଇସ୍କ୍ରିମ୍ କିଣି ଖାଉଛନ୍ତି। ମୁମ୍ବାଇର ଜଣେ ଡାକ୍ତର ଆଇସକ୍ରିମ କୋନ୍ ଭିିତରୁ ଯାହା ପାଇଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜାଣିବାକୁ ମିଳିଛି ଯେ ଡାକ୍ତର ଜଣକ ଅନ୍ଲାଇନ୍ରୁ ବରାଦ କରିଥିବା ଏକ ଆଇସ୍କ୍ରିମ୍ କୋନ୍ରୁ ମାନବ ଆଙ୍ଗୁଠିର ଏକ ଅଂଶ ପାଇଛନ୍ତି।
ଏପରି ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ପରେ ଡାକ୍ତର ମାଲାଦା ପୁଲିସ ନିକଟକୁ ଯାଇଥିଲେ। ୟୁମୋ ଆଇସକ୍ରିମ କମ୍ପାନି ବିରୋଧରେ ଏହାକୁ ନେଇ ଏକ ମାମଲା ଦାୟର କରାଯାଇଛି ଏବଂ ଆଇସକ୍ରିମ ନମୁନାକୁ ଫୋରେନସିକ୍ ଯାଞ୍ଚ୍ ପାଇଁ ପଠାଯାଇଛି।
ଜାଣିବାକୁ ମିଳିଛି ଯେ ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍ ବରାଦ ଦେଇଥିଲେ।ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ପ୍ରକାଶ କରିଛି।
ପୁଲିସ୍ କହିଛି ଯେ ମାନବଙ୍କ ଆଙ୍ଗୁଠିର ଖଣ୍ଡ ବୋଲି ସନ୍ଦେହ କରାଯାଉଥିବା ମାଂସ ଖଣ୍ଡକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/398ebaf1-10f7-4dd3-a101-a88715d0a4a6.jpg)