କମିଲା ସଂକ୍ରମଣ, କୋହଳ ହେଲା କଟକଣା: ମୁମ୍ବାଇରେ ନାଇଟ୍ କର୍ଫ୍ୟୁ ହଟିବା ସହ ଏହି ସବୁ ସେବାକୁ ମିଳିଲା ଅନୁମତି

ମୁମ୍ବାଇ: କମୁଛି କରୋନା ସଂକ୍ରମଣ। ମୁମ୍ବାଇରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କଟକଣା କୋହଳ କରିଛନ୍ତି ମହାରାଷ୍ଟ୍ର ସରକାର। ନାଇଟ୍ କର୍ଫ୍ୟୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଥିବା ସହ ୫୦ପ୍ରତିଶତ କ୍ଷମତା ସହ ରେସ୍ତୋରାଁ ଏବଂ ସିନେମା ହଲ ଚଳାଇବାକୁ ଅନୁମତି ଦିଆଯାଇଛି।

ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ପୂର୍ବ ଭଳି ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ। ଏହା ବ୍ୟତୀତ ମନୋରଞ୍ଜନ ପାର୍କ ଏବଂ ଥିମ୍ ପାର୍କଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ। ସୁଇମିଂ ପୁଲ ଏବଂ ୱାଟର ପାର୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ସାଧାରଣ ଦିନ ପରି ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ମଧ୍ୟ ଖୋଲାଯାଇପାରିବ। ପୂର୍ବପରି ସାପ୍ତାହିକ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ମୁମ୍ବାଇରେ ବିବାହ ଏବଂ ଭୋଜିଭାତରେ ୨୦୦ଜଣ ଲୋକ ଉପସ୍ଥିତ ରହିପାରିବେ।

ସୂଚନା ମୁତାବକ, ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ତଳକୁ ଖସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଏହା ସହ କରୋନା କଟକଣା ମାନିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର