ମୁମ୍ବାଇ: ନେପିନ୍ସି ରୋଡ୍ରେ ନିର୍ମାଣ ହେଉଥିବା ଏକ ଆବାସିକ ଟାଓ୍ଵାର୍ରେ ୪ଟି ଆପାର୍ଟମେଣ୍ଟ୍ ଖରିଦ କରିବାକୁ ଏକ ବ୍ୟବସାୟୀ ପରିବାର ୨୪୦ କୋଟି ଟଙ୍କାର ରାଜିନାମା କରିଛନ୍ତି। ସମ୍ପ୍ରତି ଆବାସିକ କାରବାରରେ ଏହା ସବୁଠୁ ବଡ଼ ବୋଲି ଜଣାପଡ଼ିଛି। ରିୟଲ୍ ଇଷ୍ଟେଟ୍ ସୂତ୍ରରୁ ଜଣାପଡ଼ିଛି ବିଳାସମୟ ଟାଓ୍ଵାର୍ ଦି ରେସିଡେନ୍ସ୍ର ୨୮ ଓ ୩୧ ତାଲା ମଧ୍ୟରେ ଟାପାରିଆ ପରିବାର ଫ୍ଲାଟ୍ଗୁଡ଼ିକ ରୁନୁଓ୍ଵାଲ୍ ଗ୍ରୁପ୍ରୁ ଖରିଦ କରାଯାଇଛି।
ଗତ ମାସରେ ହୋଇଥିବା ରାଜିନାମାରେ ଉଲ୍ଲେଖ ଅଛି କି, ୪, ୫୦୦ ବର୍ଗଫୁଟ୍ କାର୍ପେଟ୍ ଏରିଆ ଥିବା ପ୍ରତ୍ୟେକ ଫ୍ଲାଟ୍ ପାଇଁ ବର୍ଗଫୁଟ୍ ପିଛିା ୧. ୨ ଲକ୍ଷ ଟଙ୍କାରେ ଚୁକ୍ତି କରାଯାଇଛି। କିଲାଚାନ୍ଦ୍ ହାଉସ୍ ନିକଟରେ ଏହି ଟାଓ୍ଵାର୍ ନିର୍ମାଣ କରାଯାଇଛି।
ଏକଦା ଟାପାରିଆ ଜନ୍ମନିରୋଧକ ଫ୍ୟାମି କେଆର୍ର ମାଲିକ ଥିଲେ। ଗତ ତିନ ବର୍ଷ ତଳେ ସେମାନେ ତାହାକୁ ୪, ୬୦୦ କୋଟି ଟଙ୍କାରେ ବିକ୍ରୟ କରି ଦେଇଥିଲେ। ମୁମ୍ବାଇର ସବୁଠୁ ଅଧିକ ପରିମାଣର କରଦାତାଙ୍କ ମଧ୍ୟ ଟାପାରିଆ ବ୍ୟବସାୟୀ ପରିବାର ଅନ୍ୟତମ।
ବୁଧବାର ଦିନ ତାଙ୍କ ପରିବାରର ଲିଗାଲ୍ ଫାର୍ମ ଓ୍ଵଡ଼ିଆ ଗାନ୍ଧୀ ଏକ ସର୍ବସାଧାରଣ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପରିବାର ରୁଓ୍ଵାଲ୍ ଘର ପାଇଁ ଏକ ଶିରୋନାମା ଖୋଜୁଛନ୍ତି। ସେଠାରେ ୨୮ଟି କାର୍ ପାଇଁ ପାର୍କିଂସ୍ଥଳ ରହିଛି।
ଦୁଇ ବର୍ଷ ତଳେ ଟାପାରିଆ ପରିବାର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଆବାସିକ ପ୍ରକଳ୍ପରେ ୬୦ କୋଟି ଟଙ୍କା ବିନିମୟରେ ୧୧, ୦୦୦ ବର୍ଗଫୁଟ୍ର ଗୋଟିଏ ଡ୍ୟୁପ୍ଲେକ୍ସ ଖରିଦ କରିଥିଲେ।
ଅଧ ଏକର ବିଶିଷ୍ଟ ନେପିନ୍ ସି ରୋଡ୍ ପ୍ଲଟ୍ରେ ଗଢ଼ି ଉଠୁଥିବା ୩୫ ତାଲିଆ ଟାଓ୍ଵାର୍ ଦି ରେସିଡେନ୍ସ୍ ସ୍ଥାନରେ ପୂର୍ବରୁ ୧୯୧୮ ମସିହାରେ ନିର୍ମିତ ନେପିନ୍ ଗ୍ରେଞ୍ଜ୍ ବୋଲି ଏକ ଦୁଇ ତାଲା ବିଶିଷ୍ଟ ବଙ୍ଗଳା ଥିଲା।
୨୦୧୧ରେ ରୁନୁଓ୍ଵାଲ୍ ଗ୍ରୁପ୍ ତାକୁ ୩୫୦ କୋଟି ଟଙ୍କାରେ ଖରିଦ କରିଥିଲା। ଏହାର ମାଲିକ କପାଡ଼ିଆ ପରିବାର ୨୭୦ କୋଟି ଟଙ୍କାରେ ଏହାକୁ ବିକ୍ରୟ କରିବାକୁ ରାଜିନାମା କରିଥିଲା। କିନ୍ତୁ ବଙ୍ଗଳାରେ ରହୁଥିଲେ ଜଣେ ଭଡ଼ଟିଆ ଲିଲାନି ପରିବାର। ଘର ଛାଡ଼ିବାକୁ ସେମାନେ ୮୦ କୋଟି ଟଙ୍କା ଦାବି କରିଥିଲେ।