ମୁମ୍ବାଇରେ ପୁଣି ଏକ ଅଗ୍ନିକାଣ୍ଡ, ୫ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର

ମୁମ୍ବାଇ:ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପୁଣି ଏକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ତେବେ ଏଥରୁ ସମସ୍ତଙ୍କ ନିରାପଦଭାବେ ଉଦ୍ଧାର କରାଯାଇଛି। ଏପରିକି ବିଶେଷ କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇର ରଚନୀ ରୋଡ ଅଞ୍ଚଳରେ ଡ୍ରିମଲ୍ୟାଣ୍ଡ ସିନେମା ହଲ ନିକଟରେ ଥିବା ଏକ ଆବାସିକ କୋଠାରେ ରବିବାର ଭୋର ସମୟରେ ଭୟଙ୍କର ନିଆଁ ଲାଗିଥିଲା ।

ଏକ ତିନି ମହଲା କୋଠାରେ ନିଆଁ ଲାଗିଥିବାର ଦେଖି ଆଖପାଖର ଲୋକେ ଉଠିପଡ଼ିଥିଲେ। ସେମାନେ ତତକ୍ଷଣାତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ କୋଠାରେ ଫସିଥିବା ୫ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିଥିବା ଜଣାଯାଇଛି ।

image source-ndtv

ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିପାରିଛନ୍ତି । ମାତ୍ର ଏହା ପୂର୍ବରୁ ବହୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନାହିଁ। ତେବେ ସର୍ଟସର୍କିଟ ଯୋଗୁଁ ସେହି କୋଠାରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର