ମୁମ୍ବାଇ: ମୁମ୍ବାଇରୁ ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର ଏକ ବିମାନକୁ ସୁରକ୍ଷା କାରଣରୁ ତୁର୍କୀର ଏର୍ଜୁରମ୍ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ବୋମା ଆତଙ୍କ ପରେ ବିମାନର ଜରୁରୀକାଳୀନ ଅବତରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । 

Advertisment

ଭିସ୍ତାରା ବୋଇଂ ୭୮୭ ବିମାନର ଶୌଚାଳୟରେ ଥିବା ଏକ ଟିସୁ ପେପରରୁ 'ବିମାନରେ ବୋମା ଅଛି' ଲେଖାମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଏହିକାରଣରୁ ବିମାନର ଯାତ୍ରାମାର୍ଗକୁ ତୁରନ୍ତ ବଦଳାଯାଇ ତୁର୍କୀ ଆଡ଼କୁ ନିଆଯାଇଥିଲା ଓ ତାହାର ଜରୁରୀ ଅବତରଣ କରାଯାଇଥିଲା । ବିମାନଟି ସୁରକ୍ଷିତ ଭାବେ ତୁର୍କୀର ଏର୍ଜୁରାମରେ ପହଞ୍ଚିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅବରଣ କରିଥିଲେ । 

ଭିସ୍ତାରା ବୋଇଂ ୭୮୭ ବିମାନର ଶୌଚାଳୟରେ ଥିବା ଏକ ଟିସୁ ପେପରରୁ 'ବିମାନରେ ବୋମା ଅଛି' ଲେଖାମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଏହିକାରଣରୁ ବିମାନର ଯାତ୍ରାମାର୍ଗକୁ ତୁରନ୍ତ ବଦଳାଯାଇ ତୁର୍କୀ ଆଡ଼କୁ ନିଆଯାଇଥିଲା ଓ ତାହାର ଜରୁରୀ ଅବତରଣ କରାଯାଇଥିଲା ।

ବିମାନକୁ ଡାଇଭର୍ଟ କରାଯାଇଥିବା ଖବର ମିଳିବା ମାତ୍ରେ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତି ଜାରି କରି ଘଟଣାର ଗଭୀର ତଦନ୍ତ କରାଯିବ ବୋଲି କୁହାଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭିସ୍ତାରାର ଜଣେ ମୁଖପାତ୍ର କହିଛନ୍ତି, ୨୦୨୪ ସେପ୍ଟେମ୍ବର ୬ରେ ମୁମ୍ବାଇରୁ ଫ୍ରାଙ୍କଫର୍ଟ ଯାଉଥିବା ଭିସ୍ତାରା ବିମାନକୁ ସୁରକ୍ଷା ଦୃଷ୍ଟିରୁ ତୁର୍କୀକୁ ଡାଇଭର୍ଟ କରାଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଏର୍ଜୁରମରେ ଅବତରଣ କରିଥିଲା। ପ୍ରୋଟୋକଲ ଅନୁଯାୟୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସତର୍କ କରାଯାଇଥିଲା ଏବଂ ସୁରକ୍ଷା ତଦନ୍ତ ଶେଷ କରିବା ପାଇଁ ତଦନ୍ତକାରୀ ଏଜେନ୍ସିମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଯାତ୍ରୀ, କ୍ରୁ ଏବଂ ବିମାନର ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା ।