ବେଙ୍ଗାଲୁରୁ, ଦିଲ୍ଲୀ ଅପେକ୍ଷା ମୁମ୍ବାଇରେ କୋଭିଡ୍‌ ମୃତ୍ୟୁ ହାର ଅଧିକ

ମୁମ୍ବାଇ: ବେଙ୍ଗାଲୁରୁ, ଦିଲ୍ଲୀ ଭଳି ମହାନଗର ଅପେକ୍ଷା ମୁମ୍ବାଇରେ କୋଭିଡ୍‌ ମୃତ୍ୟୁ ହାର ଅଧିକ ବୋଲି ଜଣାପଡ଼ିଛି। ବିଶେଷକରି ଡାଇବେଟିସ, କିଡ୍‌ନି ରୋଗ, ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ କୋଭିଡ୍‌ ମୃତ୍ୟୁକୁ ବଢ଼ାଇ ଦେଉଛି। ମୁମ୍ବାଇରେ କେବଳ ୮୫ ପ୍ରତିଶତ କୋଭିଡ୍‌ ରୋଗୀଙ୍କର ଉପରୋକ୍ତ କାରଣରୁ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ବରଣ କରିଥିବା ସମସ୍ତ ରୋଗୀଙ୍କର ବୟସ ୫୦ ବର୍ଷରୁ ଅଧିକାରୀ ବୋଲି ଜଣାପଡ଼ିଛି। ବିଏମ୍‌ସିର ସୂଚନା ଅନୁସାରେ, ମୁମ୍ବାଇରେ ୧୦,୦୦୯ ଜଣ ରୋଗୀଙ୍କର କରୋନାରେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟ‌ରୁ ୧୮.୩ ପ୍ରତିଶତ ମୃତକଙ୍କର ବୟସ ୯୦ରୁ ୯୯ ବର୍ଷ ମଧ୍ୟରେ।

ସେହିଭଳି ୧୭.୫ ପ୍ରତିଶତ ମୃତକଙ୍କର ବୟସ ୮୦ରୁ ୮୯ ବୟସ ମଧ୍ୟରେ ଏବଂ ୧୩ ପ୍ରତିଶତ ମୃତକଙ୍କ ବୟସ ୭୦ରୁ ୭୯ ବୟସ ମଧ୍ୟରେ ବୋଲି ଜଣାପଡ଼ିଛି। ମୃତ୍ୟୁ ଘଟିଥିବା ୨,୮୨୯ ଲୋକଙ୍କର ବୟସ ୬୦ରୁ ୬୯ ବର୍ଷ ମଧ୍ୟରେ। କରୋନା ଦ୍ବାରା ଶିଶୁ ଓ କିଶୋରମାନେ ବେଶି ପ୍ରଭାବିତ ହୋଇ ନାହାନ୍ତି। ତଥାପି ୦.୫ ପ୍ରତିଶତ ଯୁବକଙ୍କର କରୋନାରେ ମୃତ୍ୟୁ ଘଟିଛି ଯେଉଁମାନଙ୍କର ବୟସ ୨୦ ବର୍ଷ ମଧ୍ୟରେ। ଦେଶର ଅନ୍ୟାନ୍ୟ ମହାନଗର ଅପେକ୍ଷାରେ ମୁମ୍ବାଇ‌ରେ କରୋନା ମୃତ୍ୟୁ ସର୍ବା‌ଧିକ ରହିଛି। ମୁମ୍ବାଇରେ କରୋନାରେ ୧୦,୦୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୬,୧୬୩ ଜଣ ଏବଂ ବେଙ୍ଗାଲୁରୁରେ ୩,୬୬୭, ଚେନ୍ନାଇରେ ୩,୫୬୬ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର