ଅବହେଳା ପାଇଁ ୩ବର୍ଷୀୟ ଶିଶୁର କିଡ୍‌ନୀ କଢ଼ା ଯାଇଥିଲା, ଏବେ କ୍ଷତିପୂରଣ ଆକାରରେ ଡାକ୍ତରଖାନା ଦେବ ୧୮ଲକ୍ଷ ଟଙ୍କା

ମୁମ୍ବାଇ : ୨୦୦୪ରେ ଡାକ୍ତରଖାନାର ଅବହେଳା ପାଇଁ ୩ବର୍ଷୀୟ ସମୀକ୍ଷାର କିଡ୍‌ନୀ ଖରାପ ହୋଇ ଯାଇଥିଲା । ଯାହା ପାଇଁ ଏବେ ତାକୁ ଗୋଟେ କିଡ୍‌ନୀରେ ବଞ୍ଚିବାକୁ ପଡ଼ୁଥିବା ବେଳେ ଡାକ୍ତରଖାନାକୁ ନିଜ ଭୁଲ ପାଇଁ ୧୮ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ଦେବକୁ ପଡ଼ିବ ବୋଲି ଜଣା ପଡ଼ିଛି । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଏ ନେଇ ଆଚାର୍ଯ୍ୟ ବିନୋବା ଭବେ ଗ୍ରାମୀଣ ଡାକ୍ତରଖାନାକୁ କ୍ଷତିପୂରଣ ରାଶି ଦେବାକୁ ଆଦେଶ ଦେଇଛନ୍ତି । ଡାକ୍ତରଖାନାରେ କରାଯାଇଥିବା ଭୁଲ ସର୍ଜରୀ ପାଇଁ ସମୀକ୍ଷା ସଂକ୍ରମଣର ଶିକାର ହୋଇଥିଲା । ଚିକିତ୍ସା ପାଇଁ ତାଙ୍କର ଅନେକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ସେ ବାବଦରେ ୧.୫ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛି ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ।

Image result for hospital
TechCrunch

ସମୀକ୍ଷା ଓ ତାଙ୍କ ବାପାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ, ସମୀକ୍ଷା ବାସିକୋ ୟୁରେଟାରୀ ରିଫ୍ଲକ୍ସ ସମସ୍ୟା ନେଇ ଗତି କରୁଥିବାରୁ ତାଙ୍କର ଏପ୍ରିଲ ୩, ୨୦୦୪ରେ ଆଚାର୍ଯ୍ୟ ବିନୋବା ଭବେ ଗ୍ରାମୀଣ ଡାକ୍ତରଖାନାରେ ସର୍ଜରୀ କରାଯାଇଥିଲା । କିନ୍ତୁ ସର୍ଜରୀ ସଫଳ ନ ହେବାରୁ ଏପ୍ରିଲ ୧୭, ୨୦୦୪ରେ ପୁଣି ଥରେ ସର୍ଜରୀ କରାଗଲା । କିନ୍ତୁ ଦ୍ୱିତୀୟ ସର୍ଜରୀ ପରେ ସମୀକ୍ଷାଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା । ଯାହା ପାଇଁ ତାଙ୍କୁ ମେ’ ୧୦,୨୦୦୪ରେ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯିବା ପରେ ପରେ ଭୁଲ ସର୍ଜରୀ ପାଇଁ ସମୀକ୍ଷା କିଡ୍‌ନୀ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଥିଲା । ଯାହା ପରେ ତାଙ୍କର ଗୋଟେ କିଡ୍‌ନୀକୁ କଢ଼ାଯାଇଥିଲା ।

ସମ୍ବନ୍ଧିତ ଖବର