ଜୁଲାଇ ୧୫ ପର୍ଯ୍ୟନ୍ତ ମୁମ୍ବାଇରେ ଧାରା ୧୪୪ ଜାରି

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ କରୋନା ନିୟନ୍ତ୍ରଣ ପାଇଁ ମୁମ୍ବାଇ ପୁଲିସ ଧାରା ୧୪୪ ଜାରି କରିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଧାରା ୧୪୪ ଜାରି ରହିବ। ଏହାଦ୍ବାରା କୌଣସି ସ୍ଥାନରେ ଏକାଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଡିସିପି ପ୍ରଣୟ ଅଶୋକ ଏହି ନିଷ୍ପତ୍ତିକୁ ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବାଇରେ ମଙ୍ଗଳବାର ୮୯୩ ନୂଆ ମାମଲା ଚିହ୍ନଟ ହୋଇଛି। ସହରରେ ମୋଟ୍‌ ସଂକ୍ରମଣ ମାମଲା ୭୭ ହଜାରରୁ ଅଧିକ ରହିଛି। ତେବେ ୫ ଦିନ ପରେ ସହରରେ ସଂକ୍ରମଣ ମାମଲା ୧ ହଜାରରୁ କମ୍‌ ରହିଛି। ମୁମ୍ବାଇ ସହର ନିକଟସ୍ଥ ସାଟେଲାଇଟ୍‌ ସହରଗୁଡ଼ିକରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଥାନେ ଏବଂ ମୀରା ଭୟନ୍ଦର ପୌର ନିଗମରେ ବି ନିୟମ କଡ଼ାକଡ଼ି କରାଯାଇଛି। ଥାନେ ସହରରେ ଜୁଲାଇ ୨ ସକାଳ ୭ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର