ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ ର ଅଷ୍ଟମ ମ୍ୟାଚ୍ ଆଇପିଏଲ୍ ଇତିହାସର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ମଧ୍ୟରୁ ଗୋଟିଏ ସାବ୍ୟସ୍ତ ହୋଇଛି। ଏହି ମ୍ୟାଚ୍ରେ ଉଭୟ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ରନ୍ ବର୍ଷା କରିଥିଲେ। ତେବେ ସନରାଇଜର୍ସ ହାଇଦ୍ରାବାଦ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ମ୍ୟାଚ୍ରେ ୩୧ ରନରେ ହରାଇଥିଲା। ଏହି ଆଇପିଏଲ୍ ସିଗିନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଲଗାତାର ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚ୍ରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ହାଇଦ୍ରାବାଦ ବିପକ୍ଷରେ ପରାଜୟ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକମାନେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଖୁସି ନୁହଁନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ର ଅଷ୍ଟମ ମ୍ୟାଚରେ ୩ ଭୁଲ କରିଛନ୍ତି, ଯେଉଁ କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି।
The RuPay on the go four of the Match between Sunrisers Hyderabad & Mumbai Indians goes to Travis Head.#TATAIPL | @RuPay_npci | #SRHvMIpic.twitter.com/GtyU1i1uZC
— IndianPremierLeague (@IPL) March 27, 2024
ଆଇପିଏଲ୍ ୨୦୨୪ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକତ୍ବ ହସ୍ତାନ୍ତର କରିଥିଲେ। ଏପର୍ଯ୍ୟନ୍ତ ମୁମ୍ବାଇର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହେଉଥିବା ଜଣାପଡିଛି। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ମୁମ୍ବାଇ କ୍ରମାଗତ ୨ ଟି ମ୍ୟାଚ୍ ହାରିଛି। ହାଇଦ୍ରାବାଦ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅନେକ ଭୁଲ କରିଛନ୍ତି, ଯେଉଁ କାରଣରୁ ମୁମ୍ବାଇ ହାରିଛି।
ତାଙ୍କର ପ୍ରଥମ ଭୁଲ୍ ହୋଇଛି ବୋଲିଂ ଦେବାରେ। ସାଧାରଣତଃ ଦେଖାଯାଏ ଯେ ଜସପ୍ରୀତ ବୁମ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ଓଭର ବୋଲିଂ କରନ୍ତି । କେବଳ ମୁମ୍ବାଇ ନୁହେଁ, କୌଣସି ଦଳ ନିଜର ଶ୍ରେଷ୍ଠ ବୋଲରଙ୍କ ସହ ପ୍ରଥମ ଓଭର ବୋଲିଂ କରିଥାନ୍ତି। କିନ୍ତୁ ହାର୍ଦ୍ଦିକ ହାଇଦ୍ରାବାଦ ବିପକ୍ଷରେ ଜସପ୍ରୀତ ବୁମ୍ରାଙ୍କ ସହ ନୁହେଁ ବରଂ କ୍ୱେନା ମାଫାକାଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ଏହା ପରେ ପାଣ୍ଡ୍ୟା ନିଜେ ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଯେତେବେଳେ ଦୁହିଁଙ୍କ ବଲ୍କୁ ବ୍ୟାଟ୍ସମ୍ୟାନ୍ମାନେ ଚୌକା ଛକା ବର୍ଷା କଲେ ସେତେବେବେଳେ, ପାଣ୍ଡ୍ୟା ଚତୁର୍ଥ ଓଭରରେ ସେ ବୁମ୍ରାଙ୍କୁ ବୋଲିଂ ଦେଇଥିଲେ।
200 up for the Mumbai Indians!
— IndianPremierLeague (@IPL) March 27, 2024
Captain Hardik Pandya & Tim David in the middle!#MI need 68 off 18
Follow the Match ▶️ https://t.co/oi6mgyCP5s#TATAIPL | #SRHvMIpic.twitter.com/BR51HEH2ZH
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱିତୀୟ ଭୁଲ ଥିଲା ଯେ ସେ ବହୁତ ଧୀରେ ଧୀରେ ବ୍ୟାଟିଂ କରିଥିଲେ। ଏକ ମ୍ୟାଚରେ ଯେଉଁଠାରେ ଲକ୍ଷ୍ୟ ୨୭୮ ରନ୍ ଥିଲା ଏବଂ ଆବଶ୍ୟକ ରନ୍ ହାର ୧୫ ରୁ ଅଧିକ ଥିଲା, ହାର୍ଦ୍ଦିକ ପାଣ୍ଡ୍ୟା ୧୨୦ ଷ୍ଟ୍ରାଇକ୍ ହାରରେ ୨୪ ରନ୍ ସ୍କୋର କରିଥିଲେ। ଏହି ମ୍ୟାଚରେ ପାଣ୍ଡ୍ୟା ୨୦ ଟି ବଲରେ ୨୪ ରନର ଇନିଂସ ଖେଳିଥିଲେ। ପାଣ୍ଡ୍ୟାଙ୍କ ବ୍ୟତୀତ ସମସ୍ତ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ କିମ୍ବା ୨୦୦ ପାଖାପାଖି ଷ୍ଟ୍ରାଇକ୍ ରେଟ୍ ସ୍କୋର କରିଛନ୍ତି। କିନ୍ତୁ ଅଧିନାୟକ ହେବା ସତ୍ତ୍ୱେ ପାଣ୍ଡ୍ୟା ଏପରି ଜଣେ ବ୍ୟାଟ୍ସମ୍ୟାନ୍ ଯିଏକି ଷ୍ଟ୍ରାଇକ୍ ହାରରେ ମାତ୍ର ୧୨୦ରନ୍ ସଂଗ୍ରହ କରିଥିଲେ।
Most sixes EVER in an IPL game 💥
— IndianPremierLeague (@IPL) March 27, 2024
This has been a proper run-fest!
And it's not over yet 😉
Follow the Match ▶️ https://t.co/oi6mgyCP5s#TATAIPL | #SRHvMIpic.twitter.com/4vqOtITesv
ହାର୍ଦ୍ଦିକଙ୍କ ତୃତୀୟ ଭୁଲ୍ ହେଉଛି ସେ ପିଚ୍କୁ ବୁଝି ପାରି ନ ଥିଲେ। ପ୍ୟାଟ୍ କମିନ୍ସ ମ୍ୟାଚ୍ ଜିତିବା ପରେ କହିଥିଲେ ମୁଁ ପିଚ୍କୁ ବୁଝି ନେଇଥିଲି ଯେ ଏହା ବ୍ୟାଟିଂ ପିଚ୍। ପିଚ୍ରେ ବଡ଼ ସ୍କୋର କଲେ ଆମେ ଜିତି ପାରିବୁ। ତେଣୁ ଆରମ୍ଭରୁ ଆମେ ଆକ୍ରାମଣାତ୍ମକ ଭାବେ ଖେଳିଥିଲୁ। ମ୍ୟାଚ୍ରେ ହାର୍ଦ୍ଦିକ ଟସ୍ ଜିତିଥିଲେ। ମାତ୍ର ପିଚ୍କୁ ଭଲ ଭାବେ ବୁଝି ପାରି ନ ଥିବାରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଥିଲା।