ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍ ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍ ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
A special moment to mark a landmark occasion 😃
— IndianPremierLeague (@IPL) March 27, 2024
Rohit Sharma is presented with a special commemorative jersey by none other than the legendary Sachin Tendulkar on the occasion of his 200th IPL Match for @mipaltan 👏👏#TATAIPL | #SRHvMI | @ImRo45 | @sachin_rtpic.twitter.com/iFEH8Puvr7
ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ୨୦୦ତମ ମ୍ୟାଚ୍ ଖେଳି ଇତିହାସ ରଚିଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଙ୍ଗ୍ ୧୧ରେ ଟ୍ରାଭିସ୍ ହେଡ, ମାୟଙ୍କ ଅଗ୍ରୱାଲ, ଅଭିଷେକ ଶର୍ମା, ଆଡେନ ମାର୍କ୍ରାମ, ହେନ୍ରିଚ କ୍ଲାସେନ (ୱିକେଟ କିପର), ଅବଦୁଲ ସମାଦ, ଶାହାବାଜ ଅହମ୍ମଦ, ପ୍ୟାଟ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ମାୟଙ୍କ ମାର୍କାଣ୍ଡେ, ଜୟଦେବ ଉନାଦକର ରହିଛନ୍ତି।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ୍ ୧୧ରେ ଇଶାନ କିଶନ (ୱିକେଟ କିପର), ରୋହିତ ଶର୍ମା, ନମନ ଧୀର, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ ଡେଭିଡ, ଜେରାଲ୍ଡ କୋଟେଜୀ, ଶ୍ୟାମ ମୁଲାନି, ପୀୟୁଷ ଚାୱଲା, ଜସପ୍ରୀତ ବୁମ୍ରା, କ୍ୱେନା ମାଫାକା ରହିଛନ୍ତି।
ଉଭୟ ଦଳ ପରସ୍ପରକୁ ୨୧ ଥର ଭେଟି ସାରିଛନ୍ତି। ସେଥିମଧ୍ୟରୁ ୧୨ ଥର ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ୯ ଥର ବିଜୟୀ ହୋଇଛି।
ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମ୍ୟାଚ୍ ରେ ମୁମ୍ବାଇ ଇଣ୍ହିଆନ୍ସ ୪ ଥର ବିଜୟୀ ହୋଇଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ଥରେ ବିଜୟୀ ହୋଇଛି।