ମୁମ୍ବାଇ: ମୁମ୍ବାଇର ଆନ୍‌ଟପ୍‌ ହିଲ୍‌ଠାରେ ଥିବା ନିଜ ବାସଭବନରେ ଜଣେ ୩୮ ବର୍ଷିଅ ସାମ୍ବାଦିକ ଆନନ୍ଦ ନାରାୟଣଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ଅପରାହ୍ନ ୨ଟାରୁ ୩ଟା ମଧ୍ୟ ଏହି ହତ୍ୟା ହୋଇଛି ବୋଲି ସୂଚନା ରହିଛି। ସାମ୍ବାଦିକ ଜଣକ ଘରେ ଶୋଇଥିବା ଅବସ୍ଥାରେ କିଛି ଲୋକ ତାଙ୍କ ସାତ ମହଲା ବିଶିଷ୍ଟ ଝରେ ପଶି ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ପଡ଼ୋଶୀମାନେ ସାମ୍ବାଦିକଙ୍କ କାନ୍ଦ ସ୍ୱର ଶୁଣିଛନ୍ତି ବୋଲି ପୁଲିସ୍‌କୁ ଖବର ଦେଇଛନ୍ତି। ପଡ଼ୋଶୀମାନେ ବ୍ୟକ୍ତି ଜଣଙ୍କ କାନ୍ଦ ସ୍ୱର ଶୁଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଜୀବିତ ଥିଲେ। ପୁଲିସ୍‌ ପହଞ୍ଚି ତାଙ୍କୁ ହସ୍ପିଟାଲ୍‌କୁ ନେଇ ଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଆନନ୍ଦ ମୁମ୍ବାଇର ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ। ଆଜି ସେ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ହତ୍ୟା କରାଯାଇଛି। ତେବେ, କିଏ ଓ କାହିଁକି ତାଙ୍କର ହତ୍ୟା କରିଛି ତାହାର ତଦନ୍ତ ଆରମ୍ଭ ହୋଇଛି।