ଗେହେନା ବଶିଷ୍ଟ ଗିରଫ ହେବା ଘଟଣା: ୩୬.୫ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟ ଜବତ କଲା ପୁଲିସ

ମୁମ୍ୱାଇ: ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଏକତା କପୁରଙ୍କ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହାନା ବସିଷ୍ଟଙ୍କୁ ଗିରଫ କରିଛି। ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ଗତକାଲି ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଗେହେନା ଯେଉଁ ପ୍ରଡକ୍ସନ ହାଉସ ସହ ମିଶି କାମ କରୁଥିଲେ, ସେହି ପ୍ରଡକ୍ସନ ହାଉସର ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ପୁଲିସ। ବ୍ୟାଙ୍କ ଆକାଉଣ୍ଟ‌ରେ ପର୍ଣ୍ଣ ଭିଡିଓ ବିକ୍ରି କରାଯାଇ ୩୬.୫ଲକ୍ଷ ଟଙ୍କା ରଖାଯାଇଛି କହିଛି ପୁଲିସ।

ଏହି ମାମଲାରେ ପୁଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି। ସେ ଖାଲି ପର୍ଣ୍ଣ ଭିଡିଓ ସୁଟିଂ କରୁନଥିଲେ ଏହା ସହ ସେ ଏକ ପର୍ଣ୍ଣ ରାକେଟ୍ ଚଳାଉଥିବା କଥା ପୁଲିସ ତାଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ମଡ ଦ୍ୱୀପରେ ଥିବା କିଛି କୋଠାକୁ ଫିଲ୍ମ ସୁଟିଂ ନାମରେ ଅଶ୍ଳୀଳ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ହେଉଥିଲା। ଏ ନେଇ ପୁଲିସକୁ କିଛି ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଚଢ଼ାଉ ପାଇଁ ଯୋଜନା କରିଥିଲା। ଫେବ୍ରୁଆରି ୫ରେ ପୁଲିସ ମଡ ଦ୍ୱୀପରେ ଚଢ଼ାଉ କରିବା ପରେ ଚାକିରି ପାଉନଥିବା ଯୁବକ-ଯୁବତୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ଗେହେନା ପର୍ଣ୍ଣ ଭିଡିଓ ସୁଟ୍ କରାଉଥିବା ଜଣାପଡ଼ିଥିଲା। ଚଢ଼ାଉ ସମୟରେ ପୁଲିସ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ବୋଲି ଜଣାପଡ଼ିଛି। ସେମାନଙ୍କୁ ପଚରାଉଚରା କରିବା ପରେ ଗେହେନାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା।

Mumbai porn
timesnownews

ପୋଲିସର ସୂଚନା ମୁତାବକ, ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ପର୍ଣ୍ଣ ଫିଲ୍ମ ସୁଟିଂ କରୁଥିଲେ । ଏହି ସିନେମାଗୁଡିକୁ ସେ ନିଜ ୱେବସାଇଟରେ ଅପଲୋଡ କରୁଥିଲେ । ପୁଲିସ ତାଙ୍କୁ ଗିରଫ୍ କରିବା ପରେ ମୁମ୍ବାଇର ମଲାଡ-ମାଲୱାନୀ ଅଞ୍ଚଳର ଗ୍ରୀନପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି । ଏହି ବଙ୍ଗଳାରୁ ଦୁଇଜଣ ଅଭିନେତା, ଜଣେ ଲାଇଟମ୍ୟାନ୍, ଜଣେ ମହିଳା ଫଟୋଗ୍ରାଫର, ଦୁଇଜଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ୍ କରିବା ସହ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ବି ଜବତ୍ କରିଛି ପୁଲିସ ।

ସମ୍ବନ୍ଧିତ ଖବର