ମୁମ୍ବାଇ: ମୁମ୍ବାଇର ନାୟର ହସ୍‌ପିଟାଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ଯୁବକ ନାୟର ହସ୍‌ପିଟାଲର ଏମ୍‌ଆର୍‌ଆଇ ମେସିନ୍‌ର ଫସି ଯିବା ଫଳରେ ରବିବାର ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାଜେଶ ମାରୁ ବୋଲି ଜଣାପଡ଼ିଛି। ରାଜେଶଙ୍କୁ ହସ୍‌ପିଟାଲର ଜଣେ କର୍ମଚାରୀ ଅକ୍ସିଜେନ୍‌ ସିଲିଣ୍ଡର ସହିତ ଏମ୍‌ଆର୍‌ଆଇ ରୁମ୍‌କୁ ପଠାଇ ଦେଇଥିଲ। ରୁମ୍‌କୁ ଯିବା କ୍ଷଣି ରାଜେଶକୁ ଏମ୍‌ଆରଆଇ ମେସିନ୍‌ ଅକ୍ସିଜେନ୍‌ ସିଲିଣ୍ଡର ସମେତ ଟାଣି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

publive-image

ସୂଚନାଯୋଗ୍ୟ, ରାଜେଶ ମାରୁଙ୍କୁ ଏମଆରଆଇ ରୁମ୍‌ରେ ପଠାଇଥିବା ବ୍ୟକ୍ତି ହସ୍‌ପିଟାଲର ଓ୍ଵାର୍ଡ ବୟ ଥିଲା। ରାଜେଶ ରୁମ୍‌କୁ ଯିବାମାତ୍ରେ ଏମ୍‌ଆର୍‌ଆଇ ମେସିନ୍‌ ତାଙ୍କୁୁ ଟାଣି ନେଇଥିଲା। ଫଳରେ ରାଜେଶ ହାତରେ ଧରିଥିବା ଅକ୍ସିଜେନ୍‌ ସିିଲିଣ୍ଡର ଖୋଲି ଯାଇଥିଲା ଓ ଗ୍ୟାସ୍‌ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା। ଗ୍ୟାସ ଶରୀର ଭିତରକୁ ଯିବା ଫଳରେ ତାଙ୍କ ଶରୀର ଫୁଲିବାକୁ ଲାଗିଥିଲା ଏବଂ ତାଙ୍କ ଆଖି ବାହାରକୁ ବାହାରି ଆସିଲା। ରାଜେଶ ବହୁତ କଷ୍ଟ ପାଇବା ପରେ କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ହସ୍‌ପିଟାଲ ପ୍ରଶାସନ ଏହି ମାମଲର ଅନୁସନ୍ଧାନ କରି ଏହି ଘଟଣାରେ ସାମିଲ ଥିବା ଓ୍ଵାର୍ଡ ବୟକୁ ଚାକିରିରୁ ନିଲମ୍ବିତ କରି ଦେଇଛନ୍ତି। ଯିଏକି ରାଜେଶକୁ ଅକ୍ସିଜେନ୍‌ ସିଲିଣ୍ଡର ସହିତ ରୁମ୍‌କୁ ପଠାଇଥିଲା। ମୁମ୍ବାଇ ପୁଲିସ ଏହି ଘଟଣାରେ ହସ୍‌ପିଟାଲ ଡାକ୍ତର, ଓ୍ଵାର୍ଡ ବୟ ଓ ଏକ ମହିଳା ଆଟେଣ୍ଡାଣ୍ଟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଏହି ମାମଲାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛି।

publive-image

ମିଳିଥିବା ସୂଚନା ଅନୁସାରେ, ରାଜେଶ ମାରୁ ହସ୍‌ପିଟାଲକୁ ନିଜର ମା’ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବାକୁ ଆସିଥିଲେ। ଡାକ୍ତର ରାଜେଶ ମା’ଙ୍କ ଏମ୍‌ଆରଆଇ କରିବାକୁ କହିଥିଲେ। ଯେତେବେଳେ ରାଜେଶ ମା’ଙ୍କୁ ନେଇ ଏମ୍‌ଆର୍‌ଆଇ ରୁମ୍‌ ପାଖରେ ପହଞ୍ଚି ଥିଲେ ଓ୍ଵାର୍ଡ ବୟ ତାଙ୍କୁ ଆକ୍ସିଜେନ୍‌ ସିଲିଣ୍ଡର ନେଇ ଭିତରକୁ ଯିବା ପାଇଁ କହିଥିଲେ। ଭିତରକୁ ଯିବା ପରେ ରାଜେଶ ସହିତ ଏଭଳି ଦୁର୍ଘଟଣା ଘଟିଲା ଯେ ସେ ମୃତ ଅବସ୍ଥାରେ ବାହାରକୁ ବାହାରିଥିଲେ। ମୁମ୍ବାଇ ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି।