ବିବାହ ପ୍ରସ୍ତାବରେ ରାଜି ନହେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା କରିବାର ଯୋଜନା କରିଥିଲା ଯୁବକ, ଚାଲିଗଲା ନିଜ ଜୀବନ

ମୁମ୍ବାଇ: ବିବାହ ପ୍ରସ୍ତାବରେ ରାଜି ନହେବାରୁ ମହିଳାଙ୍କୁ ପୋଡ଼ି ହତ୍ୟା କରିବାର ଯୋଜନା କରିଥିଲା ଯୁବକ। ହେଲେ ଶେଷରେ ହରାଇଲା ନିଜ ଜୀବନ। ମହିଳାଜଣଙ୍କ ନିଆଁରେ ପୋଡ଼ି ହେଉଥିବା ସମୟରେ ଯୁବକଙ୍କୁ ଧରି ପକାଇବାରୁ ଲଗାଇଥିବା ନିଆଁରେ ନିଜେ ଜଳିଥିଲା ଯୁବକ। ଘଟଣା ପରେ ପୋଡ଼ି ହୋଇ ଯୁବକର ମୃତ୍ୟୁ ହେବା ସହ ମହିଳା ଏବେ ଜୀବନ-ମୃତ୍ୟ ସହ ଲଢ଼େଇ କରୁଛନ୍ତି। ଯୁବକଙ୍କ ନାଁ ବିଜୟ ଖାମ୍ବେ ବୋଲି ଚିହ୍ନଟ କରାଯାଇଥିବା ବେଳେ ମହିଳାଜଣକ ବିବାହ କରିବାକୁ ମନା କରିବା ପରେ ସେ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା ବୋଲି ଜଣାପଡ଼ିଛି। ଘଟଣା ପରେ ମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ମୃତ ବିଜୟ ବିରୋଧରେ ଏତଲା ରୁଜୁ କରିଛି।

Image result for death
The Indian Express

ଅଭିଯୋଗ ମୁତାବକ, ମୃତ ବିଜୟଙ୍କ ସହ ମହିଳାଙ୍କର ୨ବର୍ଷ ପୂର୍ବେ ଦେଖା ହୋଇଥିଲା। ବିଜୟ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ମହିଳାଙ୍କ ପରିବାର ଲୋକେ ପ୍ରସ୍ତାବରେ ରାଜି ହୋଇନଥିଲେ। ଏହା ପରେ ବିଜୟ ମହିଳାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଫେବ୍ରୁଆରି ୬ତାରିଖରେ ମହିଳାଜଣକ ଘରେ ଏକା ଥିବା ସମୟରେ ବିଜୟ ପେଟ୍ରୋଲ ଆଣି ମହିଳାଙ୍କ ଦେହରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ମହିଳାଜଣକ ବିଜୟକୁ ଜାବୁଡ଼ି ଧରି ପକାଇବାରୁ ମହିଳାଙ୍କୁ ଲଗାଇଥିବା ନିଆଁରେ ନିଜେ ପୋଡ଼ି ହୋଇଯାଇଥିଲା ବିଜୟ। ଚିତ୍କାର ଶୁଣି ପଡ଼ୋଶୀ ନିଆଁ ଲିଭାଇବା ସହ ଦୁହିଁଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର