ଯାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଲୋକ ଉପରେ ଚଢ଼ିଗଲା ଟ୍ରେନ୍‌

ମୁମ୍ବାଇ: ବୁଧବାର ଅପରାହ୍ଣରେ ମୁମ୍ବାଇ ଅନ୍ତର୍ଗତ ସିଓନ୍‌ ଏବଂ ମାତୁଙ୍ଗା ରେଳଷ୍ଟେସନ୍‌ ମଧ୍ୟରେ ରେଳ ଧାରଣା ଉପରୁ ଅନ୍ୟମାନଙ୍କୁ ହଟି ଯିବାକୁ କହୁଥିବା ବେଳେ ଜଣେ ୫୦ ବର୍ଷିୟ ବ୍ୟକ୍ତି ଜୀବନ ହରାଇଛନ୍ତି।

ବାନ୍ଦ୍ରା ବାସିନ୍ଦା ଦରଜୀ ମହମ୍ମଦ ଅଲତାଫ୍‌ ଦାଦରକୁ ଯିବା ବେଳେ ସେ ଯାଉଥିବା ରେଳଗାଡ଼ିଟି ମାତୁଙ୍ଗା ଏବଂ ସିଓନ୍‌ ଷ୍ଟେସନ୍‌ ମଧ୍ୟରେ ଅଟକି ଯାଇଥିଲା।

ଦାଦର ଷ୍ଟେସନ୍‌ରେ ହାଇଦ୍ରାବାଦ ମୁମ୍ବାଇ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ତ୍ରୁଟି ବାହାରିଥିବାରୁ ତାହା ଦାଦର ଷ୍ଟେସନ୍‌ରେ ଅଟକି ରହିଥିଲା। ସେହି କାରଣରୁ ସିଓନ୍‌ ଓ ମାତୁଙ୍ଗା ଷ୍ଟେସନ୍‌ରେ ଅନ୍ୟ ଟ୍ରେନ୍‌ଗୁଡ଼ିକ ମଧ୍ୟ ଅଟକି ରହିଥିଲା।

ଲୋକେ ଗାଡ଼ିରୁ ଓହ୍ଲାଇ ଧାରଣା ଉପରେ ଦେଇ ମାତୁଙ୍ଗା ଷ୍ଟେସନକୁ ଚାଲି ଚାଲି ଯାଉଥିଲେ। ସେମାନଙ୍କ ମଧ୍ୟରେ ଅଲ୍‌ତଫ୍‌ ବି ଥିଲେ। ରେଳ ଧାରଣା ଉପରେ ନ ଚାଲି ଧାରଣା ବାହାରେ ଚାଲିବାକୁ ଅନ୍ୟମାନଙ୍କୁ ସତର୍କ କରାଉଥିବା ବେଳେ କଲ୍ୟାଣ ଅଭିମୁଖେ ଯାଉଥିବା ଏକ ଲୋକାଲ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା।

ଲୋକେ ଏ ବିଷୟରେ ରେଳବାଇ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିବା ପରେ ହେଡ୍‌ କନେଷ୍ଟବଳ, ଷ୍ଟେସନ୍‌ ମାଷ୍ଟର୍‌ ଏବଂ ସହାୟକଙ୍କୁ ନେଇ ଷ୍ଟ୍ରେଚର୍‌ ସହ ଦୁର୍ଘଟଣାରେ ପହଞ୍ଚିଥିଲେ।

ଆହତ ଅଲ୍‌ତାଫ୍‌ଙ୍କୁ ଦିବା ୧. ୪୫ରେ ସିଓନି ଡାକ୍ତରଖାନାକୁ ନଆଗଲା। ପ୍ରଥମେ ହାତ ବିନ୍ଧୁଥିଲା ପରେ ପରେ ପେଟ ଓ ଛାତିରେ ଅସମ୍ଭାଳ ଯନ୍ତ୍ରଣା ହେବାରୁ ତାଙ୍କୁ ଆଇସିୟୁରେ ରଖାଗଲା

ଅପରାହ୍ଣ ୩. ୪୫ରେ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଦୁର୍ଘଟଣା ଜନିତ ଅଭ୍ୟନ୍ତର ଆଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା କଥା ଦର୍ଶାଯାଇଛି। ଯକୃତ୍‌ ଭଳି ଅଙ୍ଗ ନଷ୍ଟ ହେବା ସହ ମାତ୍ରାଧିକ ଅଭ୍ୟନ୍ତର ରକ୍ତପାତ ହୋଇଥିଲା।

ତାଙ୍କର ଫୋନ୍‌ଟି ମଧ୍ୟ ଟ୍ରେନ୍‌ ଧକ୍କାରେ ଭାଙ୍ଗିରୁଜି ଯାଇଥିଲା। ସେଥିରୁ ସିମ୍‌ କାଢ଼ି ଅନ୍ୟ ଏକ ଫୋନ୍‌ରେ ପକାଇବାରୁ ଜଣାପଡ଼ିଲା ସେଥିରେ ମାତ୍ର ଗୋଟିଏ ନମ୍ବର ରହିଛି।

ସେହି ନମ୍ବରରେ ଫୋନ୍‌ କରାଯାଇ ଅଲ୍‌ତାଫ୍‌ଙ୍କ ଘର ସହ ଯୋଗାଯୋଗ କରିଲା ପୁଲିସ। ତାଙ୍କ ପୁଅକୁ ଡକାଇ ଶବ ହସ୍ତାନର କରିଲା।

ସମ୍ବନ୍ଧିତ ଖବର