ମହାରାଷ୍ଟ୍ର ନିର୍ବାଚନ ପାଇଁ ଅଣ୍ଟା ଭିଡି଼ଲା ଶିବସେନା, ଦଳରେ ମିଶିଲେ ମୁମ୍ବାଇ ଏନସିପି ମୁଖ୍ୟ

ମୁମ୍ବାଇ: ୨୦୧୯ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଏଥିପାଇଁ ମୁଖ୍ୟତଃ ବିଜେପି-ଶିବସେନା ଓ କଂଗ୍ରେସ-ଏନସିପି ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି | ଆଜି ଶରଦ ପାୱାରଙ୍କ ଦଳ ଏନସିପିକୁ ଏକ ବଡ ଝଟକା ଲାଗିଛି | ଏନସିପିର ମୁମ୍ବାଇ ମୁଖ୍ୟ ଥିବା ସଚିନ ଅହୀର ଶିବସେନାରେ ସାମିଲ ହୋଇଛନ୍ତି |

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି | ସଚିନ ଅହୀର ମହାରାଷ୍ଟ୍ର ରାଜନୀତିର ଜଣେ ଟାଣୁଆ ନେତା ଭବେ ବେଶ ଜଣାଶୁଣା | ୨୦୧୫ ମସିହାରେ ସେ ଏନସିପିର ମୁମ୍ବାଇ ମୁଖ୍ୟ ହୋଇଥିଲେ | ବିଜେପି ନେତାଙ୍କ ସହ ତାଙ୍କର ସମ୍ପର୍କ ଥିବା ଶୁଣାଯାଉଥିଲା | କିନ୍ତୁ ଆଜି ସେ ଶିବସେନାରେ ମିଶାଇବା ପରେ ଏନସିପିର ବହୁ ନେତା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |

ଅହୀର ତିନିଥର ମୁମ୍ବାଇ ବରଲିରୁ ବିଧାୟକ ଥିବାବେଳେ ଏନସିପି ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଆସିଛନ୍ତି | ସେହିପରି ଏନସିପିର ନେତା ଛଗନ ଭୁଜଵଲ ମଧ୍ୟ ଶିବସେନାରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ଆଜି ସେ ଅନ୍ୟ କୌଣସି ଦଳରେ ମିଶିବେନି ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର