ମୁମ୍ବାଇ: ମହାରାଷ୍ଟ୍ର କ୍ୟାବିନେଟ୍ ଆଜି ‘ମୁମ୍ବାଇ ୨୪ ଘଣ୍ଟା’ ନୀତିକୁ ସ୍ବୀକୃତି ଦେଇଛି। ଏହାଦ୍ବାରା ମୁମ୍ବାଇରେ ସମସ୍ତ ମଲ୍, ମଲ୍ଟିପ୍ଲେକ୍ସ ଏବଂ ଦୋକାନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ। ଆସନ୍ତା ଜାନୁଆରି ୨୭ ତାରିଖରୁ ଏହି ନୂଆ ନୀତି ଲାଗୁ ହେବ। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍ରେ କହିଛନ୍ତି, ଏହାଦ୍ବାରା ରାଜସ୍ବ ଅଧିକ ବଢ଼ିବ ଏବଂ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଅଧିକ ଲୋକଙ୍କୁ କାମ କରିବାକୁ ସୁଯୋଗ ମିଳିବ। ତେବେ ରାତିବେଳା ସପ୍, ମଲ୍ ଏବଂ ରେସ୍ତୋରାଁ ଖୋଲା ରଖିବା ବାଧ୍ୟତାମୂଳକ ନୁହେଁ ବୋଲି ଆଦିତ୍ୟ ସ୍ପଷ୍ଟ କରିଛନ୍ତି। କେବଳ ଯେଉଁମାନେ ଅନୁଭବ କରିବେ ଯେ ରାତିବେଳା ମଲ୍ ଏବଂ ରେସ୍ତୋରାଁ ଖୋଲା ରହିଲେ ସେମାନଙ୍କର ଭଲ ବ୍ୟବସାୟ ହେଉଛି ସେମାନେ ହିଁ ଏହା କରିପାରିବେ। ତେବେ ପ୍ରଥମ ପର୍ଯ୍ୟାୟରେ (ନନ୍-ରେସିଡେନସିଆଲ୍) ଅଞ୍ଚଳରେ ଥିବା ମଲ୍, ମିଲ୍ ଏବଂ ଥିଏଟର ଖୋଲିବାପାଇଁ ଅନୁମତି ମିଳିବ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଏବଂ ନରିମାନ୍ ପଏଣ୍ଟ୍ ଫୁଡ୍ ଟ୍ରକ୍ ପାଇଁ ଖୋଲିବ। ଏଥିପ୍ରତି ଫୁଡ୍ ଇନ୍ସପେକ୍ଟର ମଧ୍ୟ ନଜର ଦେବେ। ତେବେ ପବ୍ ଏବଂ ବାର୍ ରାତି ୧.୩୦ରେ ବନ୍ଦ ହେବ। ଲୋକେ ରାତିବେଳା ମଧ୍ୟ କିଣାକିଣି କରିପାରିବେ ବୋଲି ଆଦିତ୍ୟ କହିଛନ୍ତି। ତେବେ ବିଜେପି ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି। ବିଜେପି ବିଧାୟକ ଆଶିଶ ଶେଲାର କହିଛନ୍ତି, ମୁମ୍ବାଇରେ ନାଇଟ୍ଲାଇଫ୍ ଜୀବନକୁ ଦୁର୍ବିସହ କରିଦେବ। ବିଜେପି ନେତା ରାଜ ପୁରୋହିତ କହିଛନ୍ତି, ମୁମ୍ବାଇ ୨୪ ଘଣ୍ଟା ଖୋଲା ରହିବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି ଏବଂ ଏହାଦ୍ବାରା ଦୁଷ୍କର୍ମ ମଧ୍ୟ ବଢ଼ିବ।
୨୪ ଘଣ୍ଟା ଖୋଲା ରହିବ ମୁମ୍ବାଇ, ଆଇନ ଶୃଙ୍ଖଳା ପ୍ରଶ୍ନ ଉଠାଇଲା ବିଜେପି
/sambad/media/post_attachments/wp-content/uploads/2019/11/bjp-news-nation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)