ମୁମ୍ବାଇ ବିମାନ ଦୁର୍ଘଟଣା, କବାଡ଼ି ଘୋଷଣା ହୋଇଥିଲା ବିମାନ

ମୁମ୍ବାଇ: ଗତକାଲି ମୁମ୍ବାଇରେ ଏକ ଚାର୍ଟର୍ଡ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହେବା ପରେ ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମିଳିଥିବା ସଦ୍ୟ ଖବର ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭିଟି-ୟୁପିଜେଡର ୨୩ ବର୍ଷ ପୁରୁଣା ସି-୯୦ ବିମାନଟିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରାଯାଇଥିଲା। ତେବେ ଏହାର ପୁନଃ ପରୀକ୍ଷାମୂଳକ ଉଡ଼ାଣ ପାଇଁ ଅନୁମତି ମିଳିଥିଲା। ବିମାନଟି ଘଟକୋପରା ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ୪ ବିମାନ କର୍ମଚାରୀଙ୍କ ସମେତ ସମୁଦାୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗତକାଲି ଯେଉଁ ନିର୍ମାଣାଧୀନ କୋଠା ଉପରେ ଗତକାଲି ବିମାନଟି ଖସି ପଡ଼ିଥିଲା ସେହି କୋଠାରେ କାର୍ଯ୍ୟକରୁଥିଲେ ପାଖାପାଖି ୪୦ ଜଣ ଶ୍ରମିକ। ବିମାନ ଖସିବାର ମାତ୍ର କିଛି ସମୟ ପୂର୍ବରୁ ସେମାନେମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ ଯାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର