ଯୌନ ନିର୍ଯାତନା ଅଭିଯୋଗ ପରେ ଉତ୍ସବଙ୍କ ଅଡ଼ୁଆ ବଢ଼ିଲା : ଅଭିଯୋଗକାରିଣୀଙ୍କୁ ଏଫ୍‌ଆଇଆର୍‌ ଦେବାକୁ ଟ୍ଵିଟ୍‌ କଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଏବେ ଆଉ ଜଣେ ହାସ୍ୟାଭିନେତା ଏପରି ମାମଲାରେ ଫସିଛନ୍ତି। ଅଲ୍‌ ଇଣ୍ଡିଆ ବାକ୍‌ଚୋଦ୍‌(ଏଆଇବି) ଭିଡ଼ିଓ ସୋ’ରେ ଅଂଶଗ୍ରହଣ କରି ଲୋକପ୍ରିୟତା ହାସଲ କରିଥିବା ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଉତ୍ସବ ଚକ୍ରବର୍ତ୍ତୀଙ୍କ ନାମରେ ଜଣେ ମହିଳା ଟ୍ଵିଟ୍‌ କରି ଅଭିଯୋଗ କରିଥିଲେ କି ସେ ନାବାଳିକାମାନଙ୍କୁ ଯୌନ ଆବେଦନ ଥିବା ଆଶଳୀନ ଟ୍ଵିଟ୍‌ ଓ ମେସେଜ୍‌ କରୁଛନ୍ତି। ଏହାପରେ ମାମଲା ଜୋର ଧରିଥିଲା। ଏଥିସହ ମହିଳା ନିଜ ଟ୍ଵିଟରେ ଉତ୍ସବ କରିଥିବା ମେସେଜରେ ସ୍କ୍ରିନ୍‌ ସଟ୍‌ ମଧ୍ୟ ସାମିଲ୍‌ କରିଥିଲେ।

ଏହି ଘଟଣା ପରେ ମୁମ୍ବାଇ ପୁଲିସ ପକ୍ଷରୁ ଟୁଇଟ୍‌ କରି ଉତ୍ସବଙ୍କ ବିରୋଧରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିବାକୁ ଆହ୍ଵାନ କରାଯାଇଛି। ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି କି ଆମେ ଆପଣଙ୍କ ଅଭିଯୋଗକୁ ଅପେକ୍ଷା କରିଛୁ । ଆପଣ ପୁଲିସ ନିକଟରେ ଅଭିଯୋଗ ନ କଲେ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ରହଣ କରିପାରିବୁ ନାହିଁ।

ଅନ୍ୟପକ୍ଷରେ ଏହି ଟୁଇଟ୍‌ର ଜବାବରେ ମହିମା ଲେଖିଛନ୍ତି ଯେ ମୁଁ ଯେଉଁ ଭଳି ଭାବେ ଅଭିଯୋଗ ଆଣିଛି ତାହାକୁ ଗ୍ରହଣ କରାଯାଉ। କେବଳ ମୁଁ ନୁହେଁ, ଅନେକ ଯୁବତୀ ନିଜର ପରିଚୟ ଗୋପନ ରଖି ଅଭିଯୋଗ ଆଣିବାକୁ ଚାହୁଁଛନ୍ତି। ମୁଁ ଓକିଲଙ୍କ ପରାମର୍ଶ କରୁଛି। ଖୁବ୍‌ ଶୀଘ୍ର ଯୋଗାଯୋଗ କରିବି।

ସମ୍ବନ୍ଧିତ ଖବର