ମୁମ୍ବାଇ: ସୁପର୍ଷ୍ଟାର୍ ସଲମାନ ଖାନ୍ଙ୍କୁ ମିଳିଛି ହତ୍ୟା ଧମକ। ସଲମାନଙ୍କୁ ହତ୍ୟା ଧମକ ମିିଳିବା ପରେ ମୁମ୍ବାଇ ପୁଲିସ୍ର ଏକ ଟିମ୍ ଯାଇ ତାଙ୍କ ଘରେ ପହଞ୍ଚିଛି। ସଲମାନଙ୍କୁ ଧମକ ମିଳିଛି ଯେ ତାଙ୍କ ଅବସ୍ଥା ପଞ୍ଜାବୀ ରାପର୍ ସିଦ୍ଧୁ ମୁସେୱାଲାଙ୍କ ପରି ହେବ। କେବଳ ସଲମାନ ନୁହେଁ, ତାଙ୍କ ବାପା ସଲିମ ଖାନ୍ଙ୍କୁ ମଧ୍ୟ ସମାନ ଧମକ ମିଳିଛି।
ସଲିମ୍ ଖାନ୍ ପ୍ରାତଃଭ୍ରମଣରେ ଯାଇ ଯେଉଁଠାରେ ବସନ୍ତି ସେଇଠାରୁ ଏକ ଚିଠି ପାଇଥିଲେ ସଲିମଙ୍କ ଅଙ୍ଗରକ୍ଷୀ। ଚିଠିରେ ଲେଖା ଯାଇଥିଲା, ‘ସଲିମ ଖାନ୍ ଓ ସଲମାନ ଖାନ୍, ତୁମ ଅବସ୍ଥା ବି ସିଦ୍ଧୁ ମୁସେୱାଲା ପରି ହେବ।’
ତେବେ ଏହି ଚିଠିଟି କିଏ ଲେଖିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଏହି ଚିଠିଟି ବାନ୍ଦ୍ରାରୁ ରବିବାର ଦିନ ମିଳିଛି। ଏହି ଚିଠି ମିଳିବା ପରେ ବାନ୍ଦ୍ରା ପୁଲିସ୍ ଏକ ମାମଲା ରୁଜୁ କରିିଛି। ପୁଲିସ୍ ଆଇପିସି ଧାରା ୫୦୬ ଅଧୀନରେ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୂରା ବଲିଉଡ୍ରେ ହଇଚଇ ଖେଳିଯାଇଛି। ପ୍ରଶଂସକରୁ ନେଇ ସେଲିବ୍ରେଟି ପର୍ଯ୍ୟନ୍ତ ସଲମାନଙ୍କ ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି। ପୁଲିସ୍ ବି ଏହି ମାମଲାକୁ ନେଇ ଖୁବ୍ ସକ୍ରିୟ ରହିଛି। ସଲମାନ୍ଙ୍କୁ କଡ଼ା ସୁରକ୍ଷା ଯୋଗାଇବାକୁ ବନ୍ଦୋବସ୍ତ ହେଉଛି। ଆଜି ମୁମ୍ବାଇ ପୁଲିସ୍ର ଏକ ଟିମ୍ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍ରେ ପହଞ୍ଚିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Death-Threatning-to-Salman-Khan_Thumbnail.jpg)