ବେଆଇନ ‘ଭିଓଆଇପି’ ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ ଠାବ କଲା ମୁମ୍ବାଇ ପୁଲିସ; କେରଳରୁ ଜଣେ ଗିରଫ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ସାମରିକ ଗୁଇନ୍ଦା ସହ ମିଳିତ ଅଭିଯାନ ଚଳାଇ ମୁମ୍ବାଇ ପୁଲିସ ଗୁରୁବାର ଦିନ ଦୁଇଟି ସ୍ଥାନରେ ବେଆଇନ ‘ଭିଓଆଇପି’ (ଭଏସ୍‌ ଓଭର୍‌ ଇଣ୍ଟର୍‌ନେଟ୍‌ ପ୍ରୋଟକଲ୍‌) ଏକ୍ସଚେଞ୍ଜ୍‌ଏବଂ ସିମ୍‌ ବକ୍ସ ଠାବ କରିଛି।

ସେନାବାହିନୀ ସୂତ୍ରରୁ ପ୍ରକାଶ ଯେ ପ୍ରତ୍ୟେକରେ ୧୦୦ ସ୍ଲଟ୍‌ ଥିବା ଦୁଇଟି କାର୍ଯ୍ୟକ୍ଷମ ସିମ୍‌ ବକ୍ସ୍‍ ଉଦ୍ଧାର କରାଯାଇଛି। ଉତ୍ତର ପ୍ରଦେଶର ନଇଡ଼ା ଏବଂ କେରଳର ଚଙ୍ଗେରମ୍‌କୁଳମ୍‌ ଠାରେ ଚଢ଼ାଉ ବେଳେ ଏହା ସହ ପ୍ରାୟ ୨୦୦ ସିମ୍‌କାର୍ଡ, ଦୁଇଟି ରୋଟର୍‌, ୩ଟି ମୋଡେମ୍‌, ଆଣ୍ଟେନା, ବ୍ୟାଟେରି ଏବଂ କନେକ୍ଟର୍‌ ଆଦି ଜବତ କରାଯାଇଛି।

Image Source: Republic World

ଚଢ଼ାଉ ସମୟରେ କେରଳର ଚଙ୍ଗେରମ୍‌କୁଳମ୍‌ରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

୨୦୧୯ ସେପ୍ଟେମ୍ବର ମାସରେ ପ୍ରତିରକ୍ଷା କର୍ମଚାରୀମାନଙ୍କ ପାଖକୁ କେତେକ ସନ୍ଦିଗ୍ଧ ନମ୍ବରରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତିମାନେ ମିଥ୍ୟା ପରିଚୟ ଦେଇ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଇନ୍‌ଷ୍ଟଲେସନ୍‌ ସଂକ୍ରାନ୍ତରେ ସୂଚନା ମାଗୁଥିଲେ। ଏଥିରେ ଆଇଏସ୍‌ଆଇ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଉଥିଲା।

ଏ ସଂକ୍ରାନ୍ତରେ ସାମରିକ ଗୁଇନ୍ଦା ଏବଂ ମୁମ୍ବାଇ ପୁଲିସ ଅଧିକ ତଦନ୍ତ ଚଳାଇ ନଇଡ଼ା ଏବଂ କେରଳରେ ଅଳ୍ପ କେତୋଟି ବେଆଇନ ‘ଭିଓଆଇପି’ ଏକ୍ସଚେଞ୍ଜ୍‌ ଥିବା କଥା ଜାଣିପାରିଥିଲେ। ତାହାରି ଜରିଆରେ ପାକିସ୍ତାନରୁ ସ୍ଥାନୀୟ ନମ୍ବରକୁ ଫୋନ୍‌ ଆସୁଥିଲା।

ସମ୍ବନ୍ଧିତ ଖବର