ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୁଲିସକୁ ସହଯୋଗ କରୁନି ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ପିତା ରିଆଙ୍କ ବିରୋଧରେ ଅଭିଯୋଗ କରିବା ପରେ, ତଦନ୍ତକୁ ଜୋରଦାର କରିଛି ବିହାର ପୁଲିସ । ସୁଶାନ୍ତଙ୍କ ମୃତ୍ୟୁ ସହ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନଙ୍କ ଆତ୍ମହତ୍ୟାର କିଛି ଲିଙ୍କ ଅଛି କି ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି । ଏଥିସହ ସୁଶାନ୍ତଙ୍କ ରୁମର ନକଲି ଚାବି ତିଆରି କରିଥିବା ଲୋକକୁ ଖୋଜୁଛି ବିହାର ପୁଲିସ । ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ସାତ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିିଲେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନ ।

ଦିଶା ଜୁନ୍ ୮ ତାରିଖରେ ଏକ ବହୁତଳ କୋଠାର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ସୁଶାନ୍ତ ଜୁନ୍ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ । ତେଣୁ ଏହି ଉଭୟ ମୃତ୍ୟୁ ପଛରେ କିଛି ଲିଙ୍କ୍ ରହିଛି କି ନାହିଁ ସେ ନେଇ ମୁମ୍ବାଇରେ ଖୋଳତାଡ କରୁଛି ବିହାର ପୁଲିସ । ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଦିଶାଙ୍କ ମୃତ୍ୟୁର ଖୋଳତାଡ ଆରମ୍ଭ କରିଛି ବିହାର ପୁଲିସ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଉପରୁ ପରଦା ଉଠାଇବା ପାଇଁ ମୁମ୍ବାଇରେ ଡେରା ପକାଇଛି ବିହାର ପୁଲିସର ଏକ ଟିମ୍ ।

 

ହେଲେ ମୁମ୍ବାଇ ପୁଲିସ ବିହାର ପୁଲିସକୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ବିହାର ପୁଲିସ କହିଛି ମୁମ୍ବାଇ ପୁଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ, ପୋଷ୍ଟମର୍ଟମ ରିପୋର୍ଟ ଓ ଦିଶାଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଭଳି ଅତି ଗୁୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ବିହାର ପୁଲିସକୁ ଦେଇ ନାହିଁ । ଡିଜିପି କହିଛନ୍ତି ଯେ ଦେଶବାସୀ ସବୁ କଥାକୁ ଦେଖୁଛନ୍ତି | ବହୁତ କିଛି ରହସ୍ୟ ଥିବାବେଳେ ମୁମ୍ବାଇ ପୁଲିସ ସହଯୋଗ କଲେ ସତ ପାଖରେ ପହଂଚିହେବ |

ସମ୍ବନ୍ଧିତ ଖବର