ମୁମ୍ବାଇ: ଗିରଫ ହେଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି। ଅଭିଯୁକ୍ତଙ୍କ ବୟସ ୫୫ ବର୍ଷ ଏବଂ ତାଙ୍କ ନାମ ବିଷ୍ଣୁ ଭୌମିକ ବୋଲି କୁହାଯାଉଛି। ସୋମବାର ଜଣେ ଅଜ୍ଞାତ ବ୍ୟକ୍ତି ‘ରିଲାଏନ୍ସ୍ ଫାଉଣ୍ଡେସନ୍’ର ‘ହର୍କିଷନଦାସ ହସ୍ପିଟାଲ୍’ ନମ୍ବରକୁ ଫୋନ କରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ପୁଲିସ କହିଛି ଯେ ଅଭିଯୁକ୍ତଜଣକ ଗିରଗାଓଁ ଅଞ୍ଚଳରେ ଅବସ୍ଥିତ ରିଲାଏନ୍ସ ଫାଉଣ୍ଡେସନର ହସ୍ପିଟାଲର ଲ୍ୟାଣ୍ଡଲାଇନ ନମ୍ବରକୁ ସକାଳ ପ୍ରାୟ ୧୦.୩୦ ସମୟରେ ତିନିରୁ ଚାରିଥର ଫୋନ କରିଥିଲେ। କଲ୍ କରି ସେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କଲ୍ କରିଥିବା ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଏଭଳି ଭୁଲ କରିଛନ୍ତି। ତେବେ ବ୍ୟକ୍ତିଙ୍କୁ ଗିରଫ କରି ଏବେ ପୁଲିସ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।
ସ୍ମରଣଯୋଗ୍ୟ, ଗତବର୍ଷ ମଧ୍ୟ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ‘ଆଣ୍ଟିଲିଆ’ ବାହାରେ ୨୦ଟି ବିସ୍ଫୋରକ ‘ଜେଲାଟିନ୍ ଷ୍ଟିକ୍’ ଏବଂ ହତ୍ୟା ଧମକ ଥିବା ଗୋଟାଏ ‘ସ୍କର୍ପିଓ’ କାର୍ ମଳିଥିଲା। ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯିବା କ୍ଷଣି ତଦନ୍ତ କରିବା ଲାଗି ମୁମ୍ବାଇର କ୍ରାଇମ୍ ଇଣ୍ଟେଲିଜନେସ୍ ୟୁନିଟ୍’ର ମୁଖ୍ୟ ସଚିନ୍ ୱାଜେଙ୍କ ସମେତ କେତେଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ଉକ୍ତ ‘ସ୍କର୍ପିଓ’ କାର୍ର ମାଲିକ ଥିଲେ ଥାନେର ମନସୁଖ ହିରେନ୍ ନାମରେ ଜଣେ ବ୍ୟବସାୟୀ। ରହସ୍ୟଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ଉକ୍ତ ମାମଲା ‘ଏନ୍ଆଇଏ’କୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଗାଡ଼ିଟି ସପ୍ତାହେ ପୂର୍ବରୁ ଚୋରି ହୋଇଯାଇଥିବା କଥା ମନସୁଖ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/t-41.jpg)