ଘର ଠାରୁ ଦୁଇ କିଲୋମିଟର ବ୍ୟାସର୍ଦ୍ଧ ମଧ୍ୟରେ ଚଳପ୍ରଚଳ ପାଇଁ ମୁମ୍ବାଇ ପୁଲିସର ଅନୁମତି; ଟପିଲେ ଜବତ ହୋଇପାରେ ଗାଡ଼ି

ମୁମ୍ବାଇ: କରୋନାଭାଇରସ୍ ସଂକ୍ରମଣ ନିୟନ୍ତ୍ରଣ କରିବାକୁ ରବିବାର ଦିନ ମୁମ୍ବାଇ ପୁଲିସ ସମଗ୍ର ସହରରେ ଅବରୋଧ କଠୋର କରିବା ସହ ଘରୁ ନ ବାଜନସାଧାରଣଙ୍କୁ ନିବେଦନ କରିଛି। ମୁମ୍ବାଇବାସୀମାନେ ନିଜ ଘର ପାଖରୁ ଦୁଇ କିଲୋମିଟର ବ୍ୟାସାର୍ଦ୍ଧ ବାହାରକୁ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। କିନ୍ତୁ, ଅଫିସ ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବନାର୍ହି।

ରବିବାର ସତ୍ତ୍ବେ ଲୋକେ ସହରରେ ଚଳାଚଳ କରୁଥିବାରୁ ମସଗ୍ର ମୁମ୍ବାଇର ପୁଲିସ ଚେକ୍‌ପୋଷ୍ଟ୍‌ଗୁଡ଼ିକରେ ଗାଡ଼ିଗୁଡ଼ିକର ଧାଡ଼ି ଲାଗିଥିଲା। ପୁଲିସ ମଧ୍ୟ ଅନେକ ନିୟମ ଉଲ୍ଲଂଘନକାରୀଙ୍କର ଗାଡ଼ି ଜବତ କରିଥିଲା।

Image Courtesy of Hindustan Times

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମଧ୍ୟ ଆଜି କହିଛନ୍ତି ଯେ, ସଂକ୍ରମଣ ବିପଦ ଟଳି ନ ଥିବାରୁ ଜୁନ୍‌ ୩୦ ପରେ ମଧ୍ୟ ଲକ୍‌ଡାଉନ୍‌ ଉଠାଇ ଦିଆଯିବ ନାହିଁ। ଆମେ ଧୀରେ ଧୀରେ କଟକଣା କୋହଳ କରିବୁ। ଲକ୍‌ଡାଉନ୍ କଟକଣା କୋହଳ ହେଲେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଚେତାଇ ଦେଇଛନ୍ତି।

କରୋନାଭାଇରସ୍ ଆକ୍ରାନ୍ତଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଠାକ୍‌ରେ କହିଛନ୍ତି ଯେ, ସରକାରଙ୍କ କୋଭିଡ୍-୧୯ ଚିକିତ୍ସା ପଦ୍ଧତି ସମସ୍ତ ବିକଶିତ ଦେଶଙ୍କ ଚିକିତ୍ସା ପଦ୍ଧତି ସମକକ୍ଷ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ମୁମ୍ବାଇରେ ୭୪, ୦୦୦ ରୁ ଅଧିକ ସଂକ୍ରମଣ ମାମଲା ରହିଛି। ଏବଂ ରାଜ୍ୟରେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଏ ପର୍ଯ୍ୟନ୍ତ ୭୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

ସମ୍ବନ୍ଧିତ ଖବର