ଲୋକମାନଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଯିବାରୁ ୧୦ଟଙ୍କିଆ ଶାଢ଼ି ବିକ୍ରି କରୁଥିବା ଦୋକାନ ବନ୍ଦ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ମୁମ୍ବାଇର ଉଲ୍ଲାଶନଗରରେ ୧୦ଟଙ୍କାରେ ବିକ୍ରି ହେଉଥିବା ଶାଢ଼ି ଦୋକାନକୁ ବନ୍ଦ କରି ଦେଇଛି ମୁମ୍ବାଇ ପୁଲିସ । ଶାଢ଼ି ଦାମ୍‌ ୧୦ଟଙ୍କା ଥିବାରୁ ସେହି ଅଞ୍ଚଳରେ ସବୁ ବେଳେ ଲୋକଙ୍କ ଭିଡ଼ ସହ ଝଗଡ଼ା ହେଉଥିଲା । ସେ ନେଇ ଆଇନ ଏବଂ ବ୍ୟବସ୍ଥା ଉଲ୍ଲଂଘନ ହେବା ଡ଼ରରେ ପୁଲିସ ଦୋକାନକୁ ବନ୍ଦ କରିଥିବା ଜଣା ପଡ଼ିଛି । ଦୋକାନ ବନ୍ଦ ହେବା ପରେ ଶାଢ଼ି କିଣିବାକୁ ଆସିଥିବା ଗ୍ରାହକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି ।

India Today

ସୂଚନା ମୁତାବକ, ଗଜାନନ ମାର୍କେଟରେ ଅଶ୍ୱିନ ସଖାରେ ବୁଧବାର ୧୦ଟଙ୍କାରେ ଶାଢ଼ି ବିକିବା କାମ ଆରମ୍ଭ କରିଥିଲେ । ଅଧିକ ଅର୍ଥ ନଥିବା ଲୋକମାନଙ୍କୁ ଭଲ ଶାଢ଼ି ଯୋଗାଇ ଦେବା ଲକ୍ଷରେ ଅଶ୍ୱିନୀ ଏହି ଦୋକାନ ଖୋଲିଥିଲେ । ଯାହା ଶନିବାର ପର୍ଯ୍ୟନ୍ତ ଠିକ୍‌ ଭାବରେ ଚାଲିଥିଲା । ଶନିବାର ସକାଳେ ଲୋକଙ୍କ ଭିଡ଼ ବଢ଼ିଯିବାରୁ ଅଶ୍ୱିନୀ ଲୋକମାନଙ୍କୁ ଧାଡ଼ିରେ ଠିଆ ହେବା ପାଇଁ କହିଥିଲେ । କିନ୍ତୁ ତାହା ସମ୍ଭବ ହୋଇ ପାରି ନଥିଲା । ଯାହାକୁ ଦେଖି ପୁଲିସ ଅଶ୍ୱିନୀଙ୍କୁ ଶନିବାର ଦୋକାନ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲା । ତେବେ ଗୋଟେ ଦିନ ପାଇଁ ଅଶ୍ୱିନୀଙ୍କୁ ଦୋକାନ ବନ୍ଦ କରିବାକୁ କୁହାଯାଇଥିବା ଜଣା ପଡ଼ିଛି । ବୁଧବାରରୁ ଶନିବାର ମଧ୍ୟରେ ଅଶ୍ୱିନୀ ୯୦ଟଙ୍କାର ଶାଢ଼ିକୁ ୧୦ଟଙ୍କାରେ ବିକ୍ରି କରି ୨,୦୦୦ଟି ଶାଢ଼ି ବିକି ଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର