ମୁମ୍ବାଇ ବର୍ଷା: ବିଳମ୍ବ ହେଲା ବିମାନ ଓ ରେଳ ଚଳାଚଳ

ମୁମ୍ବାଇ: ଶନିବାର ରାତିଠାରୁ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା କାରଣରୁ ସହରର ବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇ ବର୍ଷା ହେତୁ ରାସ୍ତଘାଟ ଜାମ୍‌ ହୋଇଯିବା କାରଣରୁ ଗାଡ଼ିମଟର ଚଳାଚଳ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଖାଲି ସେତିକି ନୁହେଁ, ମୁମ୍ବାଇଠାରୁ ବହୁ ବିମାନ ଉଡ଼ାଣ ମଧ୍ୟ ବିଳମ୍ବ ହୋଇଛି।

କେନ୍ଦ୍ରୀୟ ରେବାଇ ସିପିଆର୍‌ଓ ସ୍ପଷ୍ଟ କରିଛି ଯେ ପାଣି ସ୍ତର ବଢ଼ିଯିବା ହେତୁ ଭୋର୍‌ ୪.୩୦ ସମୟରେ ଅମ୍ବରନାଥରୁ ବାଦଲପୁର ପର୍ଯ୍ୟନ୍ତ ରେଳବାଇ ପକ୍ଷରୁ ଟ୍ରେନ୍‌ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା। କେତେକ ସ୍ଥାନରେ ରେଳ ଧାରଣାଠରୁ ପାଣି ସ୍ତର ୨ ଇଞ୍ଚ୍‌ ଉପରେ ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା।

ମୁମ୍ବାଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି ଯେ ମୁମ୍ବାଇରେ ପବନ ସହ ବର୍ଷା ଆହୁରି ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଲାଗିରହିବ।

ସମ୍ବନ୍ଧିତ ଖବର